ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ପ୍ରବଳ ଗହଳି । ପ୍ରଶ୍ନ ଉଠିଲା, କାହା ଟଙ୍କା ବଦଳାଉଛନ୍ତି ଦିନ ମଜୁରିଆ? 

123

କନକ ବ୍ୟୁରୋ : ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଅନେକ ଦିନ ମଜୁରିଆ । ୩ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁ ଆସିଲା ତାକୁ ନେଇ ବଢିଛି ସନ୍ଦେହ ।

ଏସବୁ ଭିତରେ ପ୍ରଶ୍ନ ଉଠୁଛି ଟଙ୍କା ବଦଳ କରିବାକୁ ଏମାନଙ୍କୁ ପଠାଉଛି କିଏ? କାହାର ଏ ଟଙ୍କା ? ଟଙ୍କା ବଦଳାଇବାର ସୂଚନା ଏମାନେ ପୂର୍ବରୁ ପାଇନଥିଲେ କି?  ସନ୍ଦେହ ହେଉଛି ପୋଲିସ ନଜରରୁ ବଂଚିବା ପାଇଁ କଳା ଟଙ୍କାକୁ ଧଳା କରିବା ଉଦ୍ଦେଶ୍ୟରେ କିଛି ଦଲାଲଙ୍କୁ ନିୟୋଜିତ କରିଛନ୍ତି ଧନୀ ଶ୍ରେଣୀର ଲୋକ । ବ୍ୟାଙ୍କରେ ଟଙ୍କା ବଦଳ କଲେ କାଳେ ଧରାପଡିଯିବେ, ସେହି ଭୟରେ ସମୟ ସରିଯିବା ପରେ ସିଧା ଆରବିଆଇ ଶାଖାରେ ଲୋକଙ୍କୁ ଲଗାଇ ନିଜ କଳା ଟଙ୍କାକୁ ଧଳା କରିବାରେ ଲାଗିପଡିଛନ୍ତି ।