କନକ ବ୍ୟୁରୋ: ପାସ୍ ପାଇଁ ପ୍ରବଳ ଭିଡ । ଗାଡି ପାସ୍ ନେବାକୁ ଥାନାରେ ଲାଗିଛି ଲମ୍ବା ଲାଇନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଲୋକେ ଭିଡ ଲଗାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଗୋଟେ ପଟେ ସାମାଜିକ ଦୂରତା ପାଇଁ ବାରମ୍ବାର କୁହାଯାଉଥିବା ବେଳେ ଭିଡକୁ ନଆସିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଆଉ ଏତିକି ବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡର ଚିତ୍ର ସାମ୍ନାକୁ ଆସିଛି ।
ତେବେ ଆପଣଙ୍କୁ ଗାଡି ନେଇ ବାହାରକୁ ଯିବାକୁ ହେଲେ ଦରକାର ପଡିବ ଅନୁମତି । ଆଉ ଏ ଅନୁମତି ପାଇଁ ପାସର ବ୍ୟବସ୍ଥା କରିଛି ପୁଲିସ । ତାଲା ବନ୍ଦ ସମୟରେ ଯଦି ଆପଣ ଅତି ଆବଶ୍ୟକ କାମ ଘରୁ ବାହାରୁଛନ୍ତି ତାହା ହେଲେ ଆପଣ ପାସ କରିବା ବାଧ୍ୟତାମୂଳକ । ଆସନ୍ତାକାଲି ସୁଦ୍ଧା ପାସ୍ କଲେ ପରଦିନ ଅର୍ଥାତ୍ ବୁଧବାର ଠାରୁ ତାଲା ବନ୍ଦ ସମୟରେ ଗାଡି ଚଳାଇ ପାରିବେ । ଆଉ ପାସ୍ ନଥିଲେ କିମ୍ବା ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସକାଳେ ପୋଲିସ କମିଶନର କହିଥିଲେ । ତେବେ ଗାଡି ପାସ୍ ଥାନାରୁ ଆଣିବା ପାଇଁ ସିପି କହିବା ପରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/14-9.jpg)
/kanak/media/post_attachments/wp-content/uploads/2020/03/PASS.jpg)