କନକ ବ୍ୟୁରୋ: ଟାଟା ପାୱାର କମ୍ପାନୀ ବିରୋଧରେ ମେଳି ବାନ୍ଧିଲେ ଗ୍ରାମବାସୀ । ଏଣିକି ବକେୟା ବିଲ୍ ଦେବେନି ବୋଲି ନିଷ୍ପତି ନେଇଛନ୍ତି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମବାସୀ । ଅଭିଯୋଗ ହୋଇଛି ଗତ କିଛି ମାସ ହେବ ଟାଟା କଂପାନୀ କର୍ତୃପକ୍ଷ ବାରମ୍ବାର ଚେକିଂ ପାଇଁ ଆସି ଘରେ ପଶୁଛନ୍ତି । ଏହାପରେ ଲୋକମାନଙ୍କୁ ଭୟଭୀତ କରିବା ସହିତ ଫାଇନ ଆଦାୟ କରୁଛନ୍ତି । ଘରେ ମହିଳା ଥିବାବେଳେ କଛି ଅନୁମତି ନନେଇ ଘରେ ପଶୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Advertisment

ଏହାକୁ ନେଇ ଗ୍ରାହକ ଅତିଷ୍ଠ ହେବା ପରେ ଗ୍ରାମସଭା କରି ବିଜୁଳି ବିଲ କେହି ନଦେବାକୁ ନିଷ୍ପତିି ହୋଇଛି । ଏବେ ଗାଁରେ ଡାକବାଜି ଜନ୍ତ୍ର ଜରିଆରେ ବିଦ୍ୟୁତ ବିଲ୍ ନଦେବାକୁ ଆହ୍ୱାନ କରାଯାଉଛି । ଯେତେବେଳେ ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ଆସି ଗ୍ରାମରେ ସମାଧାନ ପନ୍ଥା ବାହାର କରିନାହାନ୍ତି ସେପର୍ଯ୍ୟନ୍ତ ବିଜୁଳି ବିଲ କେହି ବାନ୍ଧିବେ ନାହିଁ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।