ଦିଲ୍ଲୀରେ ଲକଡାଉନ ଲାଗିବା ପରେ କାହାକୁ କ’ଣ ଚିନ୍ତା : ଏଠି ମଦୁଆଙ୍କୁ ଘାରିଛି ମଦ ଚିନ୍ତା; କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ

533

କନକ ବ୍ୟୁରୋ : ଦିଲ୍ଲୀରେ ଲକଡାଉନ ଲାଗିବା ପରେ କାହାକୁ କ’ଣ ଚିନ୍ତା  । ହେଲେ ମଦୁଆଙ୍କୁ ଘାରିଛି ମଦ ଚିନ୍ତା । କାରଣ ଲକଡାଉନ ହେବା ପରେ କାଳେ ମଦ ମିଳିବ ନାହିଁ ସେଥିପାଇଁ କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ ।

ଦିଲ୍ଲୀର ଶିବପୁରୀ ଅଂଚଳରେ ଥିବା ଏକ ମଦ ଦୋକାନ ସାମନାରେ ମଦ କିଣିବା ପାଇଁ ଲାଗିଛି ଲମ୍ବାଲାଇନ୍ । ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ସବୁଠାରୁ ବଡ କଥା ହେଉଛି ମଦ କିଣିବାକୁ କାଉଁଟର ସାମନାରେ ଭିଡ ଲଗାଇଥିବା ଲୋକମାନେ ସାମାଜିକ ଦୂରତା ଭଳି କରୋନା କଟକଣାକୁ ପାଳନ କରୁ ନାହାଁନ୍ତି । ଦୃଶ୍ୟ ଦେଖିଲେ ଲାଗୁଛି , କରୋନା ପଛେ ହେଉ ମଦୁଆଙ୍କ ପାଇଁ  କିନ୍ତୁ ମଦ କିଣିବା ଆବଶ୍ୟକ । ସତେ ଯେମିତି ମଦ ବିନା ସେମାନଙ୍କ ପାଇଁ ବଂଚିବା ମୁସ୍କିଲ ହୋଇପଡିଛି ।