ଦେଶର ପ୍ରଥମ ଗାନ୍ଧୀ ମନ୍ଦିର : ବର୍ଷର ୩୬୫ ଦିନ ପୂଜା ପାଇଥାନ୍ତି ଜାତିର ପିତା

729

କନକ ବ୍ୟୁରୋ : ସମ୍ବଲପୁରରେ ରହିଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର । ବର୍ଷର ୩୬୫ ଦିନ ଯାକ ଏଠାରେ ପୂଜା ପାଇଥାନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଏଠାକୁ ନେତା ମନ୍ତ୍ରୀଙ୍କ ସମେତ ଜନସାଧାରଣଙ୍କ ସୁଅ ଛୁଟିଥାଏ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୪ ମସିହାରେ ଭତରା ଠାରେ ଏହି ଗାନ୍ଧୀ ମନ୍ଦିରର ପ୍ରତିଷ୍ଠା କରିଥିଲେ । ସର୍ବଧମ ସମନ୍ୱୟ ଓ ଅହିଂସାର ବାର୍ତ୍ତା ବାଣ୍ଟୁଥିବା ଏହି ମନ୍ଦିରରେ ଗାନ୍ଧୀ ଜୟନ୍ତୀ ଅବସରରେ ରହିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ।