ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ : ପିଇବା ପାଣି ସମସ୍ୟା ନେଇ କୋରାପୁଟରେ ଭୋଟ ବର୍ଜନ କଲେ ୩ଟି ଗାଁର ଲୋକେ

Advertisment
ସ୍ଥାନୀୟ ସମସ୍ୟାକୁ ନେଇ ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ : ପିଇବା ପାଣି ସମସ୍ୟା ନେଇ କୋରାପୁଟରେ ଭୋଟ ବର୍ଜନ କଲେ ୩ଟି ଗାଁର ଲୋକେ

କନକ ବ୍ୟୁରୋ : କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଂଚାୟତର ୩ଟି ଗାଁ ଲୋକେ ଭୋଟ୍ ବର୍ଜନ କରିଛନ୍ତି । ରାସ୍ତା, ପାନୀୟଜଳ ସମସ୍ୟା ପାଇଁ ଗାଁ ଲୋକେ ଭୋଟ୍ ବର୍ଜନ କରିଛନ୍ତି । ଝାପ୍ରାପଦର, ତେନ୍ତୁଳିଗୁଡ଼ା, ସଲପଗୁଡ଼ା ଅଂଚଳବାସୀ ଏପରି ନିଷ୍ପତି ନେଇଥିବା ଜଣାପଡ଼ିଛି ।

ରାସ୍ତା ନାହିଁ ତ ଭୋଟ ନାହିଁ, ପାଣି ଦିଅ ଭୋଟ ନିଅ ବୋଲି ସେମାନେ ଆହ୍ୱାନ ଦେଇଛନ୍ତି । ସଲପଗୁଡ଼ା ଗ୍ରାମରେ ଉପରୋକ୍ତ ୪ ଗାଁର ଶତାଧିକ ମହିଳା ଓ ପୁରୁଷ ବୈଠକ କରି ଏକାଠି ହୋଇଥିଲେ । ଗ୍ରାମର ଏହି ସମସ୍ୟା ନେଇ ପୂର୍ବରୁ ସେମାନେ ସରପଂଚ ବିଡିଓଙ୍କ ସମେତ ବିଭିନ୍ନ ଦଳର ରାଜନେତାଙ୍କୁ ବହୁବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ତେଣୁ ଏହି ସବୁ ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ ଲୋକେ ।

ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଭୋଟ୍ ବର୍ଜନ କଲେ ଗାଁ ଲୋକେ । ସମ୍ବଲପୁର ବାମରା ବ୍ଳକ କେଶାଇବାହାଲ ପଂଚାୟତର ଫଟାଟାଙ୍ଗର ଗାଁ ଲୋକେ ରାଜସ୍ୱ ଗ୍ରମ ମାନ୍ୟତା ଦାବି କରି ଭୋଟ୍ ବର୍ଜନ କରିଛନ୍ତି । ନିର୍ବାଚନ ପାଇଁ ସବୁକିଛି ପ୍ରସ୍ତୁତ ଥିବା ବେଳେ ଭୋଟ୍ ଦେବାକୁ ଆସିନଥିଲେ ଗାଁ ଲୋକେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe