ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ବିଦ୍ୟାଶ୍ରୀଙ୍କୁ ନେଇ ପ୍ରଶ୍ନ ଉଠାଇଲା ପୁପୁଲସ୍ ଫର ସେବା? କ୍ରାଇମବ୍ରାଞ୍ଚ ବଦଳରେ ଦାବି କଲେ ସିବିଆଇ ତଦନ୍ତ ।

275

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରୁ ହଟୁନି ପରଦା । ମୃତ୍ୟୁ, ଆତ୍ମହତ୍ୟା ଓ ହତ୍ୟାର ତ୍ରିଭୂଜ ଭିତରେ ଭଉଁରୀ ଖେଳୁଛି ପୁରା ମାମଲା । ଏପରି କି ଜିଆରପିରୁ କ୍ରାଇମବ୍ରାଞ୍ଚ ଯାଏଁ ପହଂଚିଲାଣି ମାମଲା । କିନ୍ତୁ ଏବେ ବି ରହସ୍ୟ ଘେରରେ ଆଦିତ୍ୟ ମୃତ୍ୟୁ ମାମଲା । ଅନ୍ୟପଟେ ଘଟଣାର ସଠିକ ତଦନ୍ତ ପାଇଁ ସିବିଆଇ ହସ୍ତକ୍ଷେପ ଲୋଡିଛନ୍ତି ପୁପୁଲସ୍ ଫର ସେବା ସଦସ୍ୟ । ଦୋଷୀକୁ ଦଉଚିତ ଦଣ୍ଡ ପାଇଁ ନିବେଦନ କରିଛନ୍ତି ପରିବାର ଲୋକେ ।

ମୃତ୍ୟୁ, ଆତ୍ମହତ୍ୟା ଏବଂ ହତ୍ୟା, ଏହି ତିନୋଟି ବିନ୍ଦୁ ଭିତରେ ଘୁରିବୁଲୁଥିବା ପୁରା ମାମଲା ଏହାରି ଭିତରେ ଜିଆର୍ପି ଦେଇ କ୍ରାଇମ୍ବ୍ରାଂଚ ଯାଏଁ ପହଂଚିଗଲାଣି, ହେଲେ ଗୁମର ଖୋଲୁନି । ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରୁ ହଟୁନି ପରଦା ।

ଆତ୍ମହତ୍ୟା ନା’ ହତ୍ୟା? ଷଡଯନ୍ତ୍ର ନା ଅଘଟଣ? ଘଟଣାର ଦେଢ଼ ମାସ ପରେ ବି ଯେତେବେଳେ ପୁରା ଘଟଣା ଉପରେ ସନ୍ଦେହ ଓ ଆଶଙ୍କାର ବାଦଲ ଘନେଇବାରେ ଲାଗିଛି ଠିକ୍ ସେତେବେଳେ ସାମ୍ବାଦିକ ସମ୍ମିଳନୀ କରି ସିବିଆଇ ତଦନ୍ତ ଦାବି କରିଛନ୍ତି ପୁପୁଲସ୍ ଫର ସେବା ସଦସ୍ୟ । ପୁପୁଲସ୍ ଫର ସେବାର ସଦସ୍ୟଙ୍କ ଅଭିଯୋଗ ହେଲା । ମନ୍ଥରଗତିରେ ଚାଲିଛି ତଦନ୍ତ! । ସମସ୍ତଙ୍କର ସିଡିଆର୍ ବା କଲ୍ ଡିଟେଲ୍ ରିପୋର୍ଟ ଯାଂଚ କରାଯାଉ । ଦୋଷୀଙ୍କୁ ଜନସାଧାରଣଙ୍କ ସାମ୍ନାକୁ ଅଣାଯାଉ ।

ବଡ଼ କଥା ହେଉଛି ପୁରା ଘଟଣାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଭୂମିକାକୁ ନେଇ ସାମ୍ମାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଥିବା ବେଳେ ବିଦ୍ୟାଶ୍ରୀ ତଦନ୍ତ ଉପରେ ବିଶ୍ୱାସ ଥିବା କହିଛନ୍ତି । ଏପଟେ ଆଦିତ୍ୟ ଦାଶଙ୍କ ମା’ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କହିଛନ୍ତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ତଦନ୍ତର ଦିଗ ଯାଉଛି କୁଆଡେ? ଏବଂ ମୃତ୍ୟୁର ପ୍ରକୃତ ରହସ୍ୟ କ’ଣ? ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ବି ଏହି ସବୁ ପ୍ରଶ୍ନ, ରହସ୍ୟ ଭିତରେ ରହିଛି ।