ବାରମ୍ବାର ଚଢ଼ାଉ ପରେ ବି ମାନୁ ନାହାନ୍ତି ଅମାନିଆ : ପୁଣି ହିଂଜିଳିକାଟୁରେ ହଜାରେ ଜଣଙ୍କ ପାଇଁ ଚାଲିଥିଲା ବାହାଘର ଭୋଜି

ବିଡିଓ ଥାନା ଅଧିକାରୀ ଚଢ଼ାଉ କରି ବନ୍ଦ କଲେ ଭୋଜି, ଗାଁରେ ବାଂଟିଲେ ଖାଦ୍ୟ

289

କନକ ବ୍ୟୁରୋ : ବଢ଼ୁଛି ସଂକ୍ରମଣ । ହେଲେ କଟକଣା ମାନୁନାହାନ୍ତି ଲୋକେ । ସରକାରଙ୍କ ନିୟମକୁ ବେଖାତିର କରି ଗାଁରେ ହେଉଛି ବାହାଘର ଭୋଜିର ଆୟୋଜନ । ପୂର୍ବରୁ ୫୦ଜଣଙ୍କ ସରକାର ବିବାହ ପାଇଁ ଅନୁମତି ଦେଇଥିବା ବେଳେ ଏବେ ୨୫ଜଣ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଅମାନିଆ କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି ।

ଗଂଜାମ ହିଂଜିଳିକାଟୁ ବ୍ଲକ ପି ଗୋନୀନାଥପୁର କଲ୍ୟାଣ ମଣ୍ଡପରେ ଗଗନଙ୍କ ବାହାଘର ଚାଲିଥିବା ବେଳେ ହଜାରେ ଲୋକଙ୍କ ପାଇଁ ହୋଇଥିଲା ଭୋଜିର ଆୟୋଜନ ହୋଇଥିଲା । ଖବର ପାଇ ହିଂଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଚଢ଼ାଉ କରିଥିଲେ । ଜରିମାନା ଆଦାୟ କରିବା ସହ ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀକୁ ଗାଁରେ ବଂଟନ କରାଯାଇଥିଲା ।