କନକ ବ୍ୟୁରୋ : ଅଧାଗଢ଼ା କୁଣ୍ଡି ସେତୁ ସାଲେପୁର ବ୍ଲକର ଶିଶୁଆ ଓ ସଉରୀ ପଞ୍ଚାୟତକୁ ସଂଯୋଗ କରୁଛି। ଗତ ମାର୍ଚ୍ଚ ମାସରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଶିଳାନ୍ୟାସ କରିବା ପରେ କାର୍ୟ୍ୟ ଆରମ୍ଭ କରିଥିଲା ଠିକାଦାର। ଚକ କେନାଲକୁ ମାଟି ପକାଇ ବନ୍ଦ କରାଯାଇଛି। ଆପ୍ରୋଚ ରୋଡ଼ ନକରି ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଛି। କାମ ଅଧାରୁ ବନ୍ଦ ହୋଇଯାଇଛି। ଠିକାଦାରଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଚାଷ ଜମିରୁ ବର୍ଷା ନିଷ୍କାସିତ ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି।

Advertisment

ଚାଷ ଜମିରେ ପାଣି ଜମି ରହିବାରୁ ଚାଷ ପ୍ରଭାବିତ ହେଉଛି। ଆପ୍ରୋଚ ରୋଡ଼ ନ କରି ବାଉଁଶ ପୋଲ କରିବାରୁ ଗମନାଗମନ ଏକ ପ୍ରକାର ଠପ୍ ହୋଇଯାଇଛି। ଦୁଇଟି ପଂଚାୟତର ହଜାର ହଜାର ଲୋକ ଗମନାଗମନରେ ସମସ୍ୟା ଭୋଗୁଛନ୍ତି । ବାଉଁଶ ପୋଲରେ ଯିବାକୁ ଭୟ କରୁଛନ୍ତି ।

ତୁରନ୍ତ ଚକ କେନାଲକୁ ସଫା କରିବା ସହ ଏକ ଆପ୍ରୋଚ ରୋଡ଼ କରାଯାଉ। ନଚେତ୍ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।