କନକ ବ୍ୟୁରୋ: ବ୍ରିଜ୍ ପାଇଁ ଅଭିନବ ପ୍ରତିବାଦ । ସ୍ଥାୟୀ ବ୍ରିଜ ନିର୍ମାଣ ଦାବିରେ ଶହଶହ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକାଠି ହୋଇ ପାଣି ଭିତରେ କରିଛନ୍ତି ପ୍ରତିବାଦ । ଚିଲିକାରେ ସ୍ଥାୟୀ ବ୍ରିଜ୍ ନିର୍ମାଣ ଦାବି କରି ଜହ୍ନିକୁଦା ଚିଲିକା କୂଳ ନିକଟରେ ବହୁ ଲୋକ ଆନ୍ଦୋଳନ କରିଛନ୍ତି । ଚିିଲିକା ସାତପଡ଼ା ଦେଇ କୃଷ୍ଣପ୍ରସାଦ ବ୍ଲକକୁ ସଂଯୋଗ କରୁଥିବା ଜହ୍ନିକୁଦା ଘାଟ ନିକଟକୁ ସ୍ଥାୟୀ ସେତୁ ନିର୍ମାଣ କରାଯିବାର ଥିଲା । କିନ୍ତୁ କøଣସି କାରଣରୁ ଏହା ବଦଳାଇ ଦିଆଗଲା । ସେହି ରାସ୍ତାକୁ ଗଂଜାମ ଠାରୁ ଖୋର୍ଦ୍ଧା ଦେଇ ପୁରୀ ପର୍ଯ୍ୟନ୍ତ ମିଶାଇ ଦିଆଗଲା । ତେବେ ସରକାରଙ୍କ କୃଷ୍ଣପ୍ରସାଦ ପ୍ରତି ଅବହେଳା ମନୋଭାବକୁ ଦେଖି ଲୋକେ ବିରୋଧ କରିଥିଲେ । ନେତା ମନ୍ତ୍ରୀଙ୍କଠାରୁ ନେଇ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଦଉଡି ଦଉଡି ନୟାନ୍ତ ହୋଇପଡ଼ିଥିଲେ ବ୍ରିଜ୍ ପାଇଁ । ଖୁବଶିଘ୍ର ବ୍ରିଜ୍ ପାଇଁ ଦାବି କରିବା ସହିତ ଚିଲିକା ପାଣିରେ ପଶି ପ୍ରତିବାଦ କରିଛନ୍ତି । ସ୍ଥାୟୀ ସେତୁ ପାଇଁ ଏମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରୁଛନ୍ତି । ସ୍ଥାୟୀ ବ୍ରିଜ୍ ନିର୍ମାଣ କରାନଗଲେ ଚିଲିକାର ଅକାତକାତ ପାଣିରେ ଏହିଭଳି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

Advertisment