ସାରା ଦେଶରେ ଆଜି ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ଶନିବାର ସନ୍ଧ୍ୟା କନାଟ୍ ପ୍ଲେସର ସେଣ୍ଟ୍ରାଲ୍ ପାର୍କରେ ଚାରି ଦିବସୀୟ ଦୀପାବଳି ମେଳାର ଆୟୋଜନ କରାଯାଇଥିଲା । ମେଳାର ଆରମ୍ଭ ଲେଜର୍ ଲାଇଟ୍ ଭିତରେ ଦେଶାତ୍ମବୋଧକ ସଂଗୀତରେ ଆୟୋଜନ କରାଯାଇଥିଲା । ଏହି ଚିତ୍ତାକର୍ଷକ ଦୃଶ୍ୟକୁ ଦେଖିବା ପାଇଁ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା । ଦେଶଭକ୍ତି ଗୀତର ଧୁନ୍ ଝୁମିଲେ ଦିଲ୍ଲୀବାସୀ । ମେଳାର ଉଦଘାଟନ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବେଜଲ୍ କରିଥିଲେ । ମେଳାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ମଧ୍ୟ ଉପସ୍ଥିତ ଥିଲେ ।

Advertisment

publive-image

ଦୀପାବଳି ମେଳାକୁ ଆକର୍ଷଣ କରିବା ପାଇଁ ଗଛରେ ଲାଇଟିଙ୍ଗର ପ୍ରସ୍ତୁତି କରାଯାଇଥିଲା । ସେଣ୍ଟ୍ରାଲ୍ ପାର୍କକୁ ସୁନ୍ଦର ଲାଇଟିଙ୍ଗ୍ ଗାର୍ଡେନରେ ପରିବର୍ତ୍ତନ କରାଯାଇଥିଲା । ଦେଶାତ୍ମବୋଧ ସଂଗୀତ ସହ ରାମାୟଣ ବି ଏହି ମେଳାରେ ଶୁଣାଯାଇଥିଲା ।