ଆଜି ବାଲିଯାତ୍ରାର ସପ୍ତମ ଦିନ: ସଂଜ ନଇଁଲେ କଟକ ବାଲିଯାତ୍ରା ପଡିଆରେ ଜମୁଛି ଭିଡ; ଲୋକଙ୍କୁ ଆକର୍ଷିତ କରୁଛି ‘ଆଇ ଲଭ୍ ବାଲିଯାତ୍ରା’ ସେଲ୍ଫି ଜୋନ

ବାଲିଯାତ୍ରାରେ ମତୁଆଲା କଲେ ସୋନା ମହାପାତ୍ର । ଷଷ୍ଠ ସନ୍ଧ୍ୟାରେ ସୁପରହିଟ ହିନ୍ଦୀ ଓ ଓଡିଆ ଗୀତରେ ଝୁମିଲେ ଦର୍ଶକ

374

କନକ ବ୍ୟୁରୋ: ଆଜି ବାଲିଯାତ୍ରା ସପ୍ତମ ଦିନ । ସଂଜ ନଇଁଲେ କଟକ ବାଲିଯାତ୍ରା ପଡିଆରେ ଜମି ଯାଉଛି ଲୋକଙ୍କ ଭିଡ । ଏହାରି ଭିତରେ ବାଲିଯାତ୍ରାରେ ଏଥର ଆକର୍ଷଣର କେନ୍ଦ୍ର ପାଲଟିଛି ବାଲିଯାତ୍ରାର ସେଲଫି ଜୋନ୍ । ଆଇ ଲଭ୍ ବାଲିଯାତ୍ରା ଲେଖା ହୋଇଥିବା ସେଲ୍ଫି ଜୋନରେ ସେଲ୍ଫି ଟିଏ ନେବାକୁ ଦେଖିବାକୁ ମିଳିଛି ଉତ୍ସାହ । ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏଁ ସମସ୍ତେ ଏଠାରେ ଭିଡ ଜମାଉଛନ୍ତି । ସେପଟେ ଲୋକଙ୍କୁ ଆକର୍ଷିତ କରିବାକୁ ସେଲ୍ଫି ଜୋନ୍ କୁ ଅଧିକ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି ।

 

ଅନ୍ୟପଟେ, ବାଲିଯାତ୍ରାକୁ ନେଇ ଉତ୍ସବମୁଖର କଟକ ପରିବେଶ । ଷଷ୍ଠ ସନ୍ଧ୍ୟାରେ ବାଲିଯାତ୍ରା ପଡ଼ିଆରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ଼ । ଆଉ ଲୋକଙ୍କ ମନୋରଂଜନ ପାଇଁ ଷଷ୍ଠ ସଂଖ୍ୟାରେ ଆକର୍ଷଣର କେନ୍ଦ୍ର ଥିଲେ ବଲିଉଡ୍ ସିଙ୍ଗର ସୋନା ମହାପାତ୍ର । ରବିବାର ସଂଧ୍ୟାରେ କଟକ ବାଲିଯାତ୍ରାରେ ସୋନା ମହାପାତ୍ରଙ୍କ କଣ୍ଠରେ ହିନ୍ଦୀ ଓ ଓଡିଆ ଗୀତର ତାଳେ ତାଳେ ଶୀତୁଆ ରାତିରେ ଝୁମିଥିଲେ ଦର୍ଶକ ।

 

ଜମୁଛି କଟକ ବାଲିଯାତ୍ରା । ଏହାରି ଭିତରେ ଆକର୍ଷଣର କେନ୍ଦ୍ର ପାଲଟିଛି ଦୋଳି । ତେବେ ଚଳିତ ବାଲିଯାତ୍ରାରେ ବିଭିନ୍ନ ପ୍ରକାର ଦୋଳି ପଡିଛି । ଏହାର ମଜା ନେବାକୁ ପହଁଚୁଛନ୍ତି ହଜାର ହଜାର ଲୋକ । ପିଲା ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ଦୋଳି ପ୍ରତି ଆକର୍ଷିତ ହେଉଛନ୍ତି । ଏହା ମଧ୍ୟରେ ଏକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି । ଏହା ଦେଉଛି ଗତିଶୀଳ ଦୋଳିରେ ବିପଦପୂର୍ଣ୍ଣ ସେଲଫି ନେବା । ଦୋଳିର ମଜା ନେବା ତ ଠିକ୍ ଅଛି । ଦୋଳିରେ ଝୁଲୁଥିବା ବେଳେ , ଦୋଳି ତୀବ୍ର ବେଗରେ ଗତି କରୁଥିବା ବେଳେ ସେଲଫି ନେବାରେ ବିପଦ ଅଛି । ଟିକିଏ ଅସାବଧାନ ହୋଇଗଲେ ଜୀବନ ବି ଚାଲିଯାଇପାରେ । କିଛି ବି ଅଘଟଣ ଘଟିପାରେ । କହିବାକୁ ଗଲେ ଏପରି କରିବାରେ ପ୍ରତି ମୁହୂର୍ତରେ ରହିଛି ବିପଦ । ଏବେ ସମସ୍ତଙ୍କ ହାତରେ ପ୍ରାୟ ଆଣ୍ଡ୍ରଏଡ୍ ଫୋନ୍ ରହିଥିବା ବେଳେ ବିଶେଷ କରି ଯୁବ ବର୍ଗ ଏହି ସେଲଫି ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ଏହି ସେଲଫି ପାଇଁ ଅଧିକ ଆକର୍ଷଣ ବାଲିଯାତ୍ରାରେ ଦୋଳିରେ ଝୁଲିବା ସମୟରେ ମୃତ୍ୟୁ କୁ ଯେ ଡାକି ନଆଣିବ କହିବା ମୁସ୍କିଲ୍ ।