ସମ୍ବଲପୁର ଜିଲ୍ଲାରେ ଫେଲ ମାରିଛି ଗ୍ରୀନ ମହାନଦୀ ମିଶନ୍ : ଅଭିନବ ଉପାୟରେ ଚାଲିଛି ବନୀକରଣ

ସମ୍ବଲପୁର ଜିଲ୍ଲାରେ ଫେଲ ମାରିଛି ଗ୍ରୀନ ମହାନଦୀ ମିଶନ୍ : ଅଭିନବ ଉପାୟରେ ଚାଲିଛି ବନୀକରଣ

କନକ ବ୍ୟୁରୋ : ମହାନଦୀକୁ ବଂଚାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଗ୍ରୀନ ମହାନଦୀ ମିଶନ । ସମ୍ବଲପୁର ଜିଲ୍ଲାରେ ଗ୍ରୀନ ମହାନଦୀ ମିଶନ ଫେଲ ମାରିଛି । ଆଉ ଏହା ପରେ ଜନସାଧାରଣ ଅଭିନବ ଉପାୟରେ ଚଳାଇଛନ୍ତି ବନୀକରଣ । ଏହି ଯୋଜନାରେ ରିଂ ରୋଡରେ ବୃକ୍ଷରୋପଣ କରାଯାଇଥିଲା, ହେଲେ ସରକାରୀ ଅବହେଳା ଯୋଗୁଁ ଗୋଟିଏ ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଥିଲା । ଏହା ପରେ ସକାଳୁ ମର୍ଣ୍ଣିଂୱାର୍କ କରିବାକୁ ଯାଉଥିବା ୫ଜଣ ଲୋକ ପ୍ରଥମେ ବନୀକରଣ ଚିନ୍ତା କରି ଆରମ୍ଭ କରିଥିଲେ ବନୀକରଣ । ବର୍ତମାନ ୧୦୦ରୁ ଅଧିକ ଏହି ବନୀକରଣରେ ସାମିଲ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe