କନକ ବ୍ୟୁରୋ : ବିଜୁଳି ଦର ୟୁନିଟ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରିଛନ୍ତି ବିରୋଧୀ ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟ କରୋନା ସହ ଯୁଝୁଥିବା ବେଳେ, ଲୋକେ ରୋଜଗାର ହରାଇ ଅଭାବ ଅନଟନରେ ଥିବା ବେଳେ ସରକାର ବିଦ୍ୟୁତ ଦର ବଢାଇବାର ନୈତିକ ଅଧିକାର ନାହିଁ ।

Advertisment

ସେପଟେ କଂଗ୍ରେସ ବିଧାୟକ ସୁର ରାଉତ ରାୟ କହିଛନ୍ତି, ଟାଟା ପ୍ରେମରେ ପଡି ସରକାର ଦର ବଢାଇଛନ୍ତି । ତୁରନ୍ତ ଦର ପ୍ରତ୍ୟାହାର ନହେଲେ ଏହାର ପ୍ରତିବାଦ ବିଧାନସଭାରେ କରିବ ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।