ପାଣି ନାହିଁ ତ ଭୋଟ୍ ନାହିଁ: ପାନୀୟ ଜଳସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ କରିବେ କାମାକ୍ଷାନଗର ଲକ୍ଷ୍ମୀପ୍ରସାଦ ଗାଁର ବାସିନ୍ଦା

ଦୂଷିତ ଗଡ଼ିଆ ପାଲଟିଛି ଏକମାତ୍ର ଜଳଉତ୍ସ

99

କନକ ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭରୁ ଜଳସଙ୍କଟ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନହେଲେ ଭୋଟ୍ ବର୍ଜନର ଧମକ ଦେଲେ କାମାକ୍ଷାନଗର ବ୍ଲକ୍ ଖଣ୍ଡବନ୍ଧ ଲକ୍ଷ୍ମୀପ୍ରସାଦ ଗାଁର ବାସିନ୍ଦା । ଲକ୍ଷ୍ମୀପ୍ରସାଦ ଗାଁର ଏହି ଚିତ୍ର ବୟାନ କରୁଛି କେତେ ସଙ୍ଗିନ ଏଠାକାର ପରିସ୍ଥିତି । ପାଣି ଟୋପେ ପାଇଁ ଚାଲିବାକୁ ପଡ଼ୁଛି ମାଇଲ୍ ମାଇଲ୍ ବାଟ । ଗାଁର ୨୦ ଘର ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ, ତେବେ ତାହା ବି ଅଚଳ ।

ଗାଁରେ ବର୍ଷକ ତଳେ ଏକ ପାନୀୟ ଜଳ ପ୍ରକଳ୍ପର ଆରମ୍ଭ ହୋଇଥିଲା । ତେବେ ୬ମାସ ହେଲା ତାହା ଅଚଳ ହୋଇପଡ଼ିଛି । ଗାଁ ଲୋକେ ଗୋଟିଏ କିଲୋମିଟର୍ ଦୁରରେ ଥିବା ଦୂଷିତ ଖୋଲା ଗଡ଼ିଆରୁ ଜଳସଂଗ୍ରହ କରୁଛନ୍ତି । ପଂଚାୟତରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ସବୁଠି ଅଭିଯୋଗ ସତ୍ୱେ ଏହାର ସୁଫଳ ମିଳିନାହିଁ । ପାନୀୟ ଜଳସମସ୍ୟାର ସମାଧାନ ନହେଲେ ଭୋଟବର୍ଜନର ଧମକ ଦେଇଛନ୍ତି ଗ୍ରାମବାସୀ ।