କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଓସ୍ତପୁର ପଞ୍ଚାୟତ ନାଗପୁର ଗାଁରୁ ଆସିଲା ଆବାସ ଯୋଜନାର ବିକଳ ଚିତ୍ର । ରାଜ୍ୟରୁ ଆବାସ ଯୋଜନାରେ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଥିବା ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ଠିକ୍ ଏତିକି ବେଳେ କେନ୍ଦ୍ରାପଡାର ଏହି ଗାଁରୁ ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଆଜି ଗାଁର ଅନେକ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେବା ସହ ଖରା ବର୍ଷାରେ ଭଙ୍ଗା ଚାଳଘରେ ଦିନ କାଟୁଛନ୍ତି । ଏହି ଗାଁରେ ୧୦୦ଟି ଘର ସେଥିରୁ ୯୦ଟି ଚାଳ ଛପର ଘର । ଇନ୍ଦିରା ଆବାସ, ଗଲା, ବିଜୁ ପକାଘର ଗଲା, ପ୍ରଧାନ ମନ୍ତ୍ରୀ ଆବାସ ବି ଅଛି । ହେଲେ ଲୋକଙ୍କୁ ଘର ମିଳି ପାରିନାହିଁ ।