ନଦୀରେ ନାହିଁ ପୋଲ, ଡଙ୍ଗାରେ ନାହାନ୍ତି ନାଉରିଆ । ରଶି ଭରସାରେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ଲୋକ

52

କନକ ବ୍ୟୁରୋ : ରଶିଟଣା ଡଙ୍ଗାରେ ଚାଲିଛି ଯାତ୍ରୀ ପରିବହନ । ବିପଦ ସଙ୍କୁଳ ଭାବେ ନଦୀ ପାର ହେଉଛନ୍ତି ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଏକ ନଦୀନାଳ ଘେରା ଅଂଚଳ ହୋଇଥିବା ବେଳେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ସ୍ଥଳପଥରେ ସିଧା ସଳଖ ଯୋଗାଯୋଗ କରିବା ସମ୍ଭବ ନୁହେଁ । ତେଣୁ ଜୀବନକୁ ପାଣି ଛଡେଇ ଡଙ୍ଗାରେ ଜଳ ଯାତ୍ରା କରିବାକୁ ବାଧ୍ୟ ହୋଇଥାନ୍ତି ସ୍ଥାନୀୟ ଲୋକ ।

ମହାକାଳପଡ଼ା ବ୍ଲକର ବତୀଘର, ଜମ୍ବୁ, ବିଜୟନଗର ପଂଚାୟତକୁ ଯିବା ପାଇଁ ହେଲେ ଡଙ୍ଗାରେ ନଦୀ ପାର ହେବାକୁ ପଡ଼ିଥାଏ । କାରଣ ନଦୀ ଆରପଟେ ରହିଛି, ବ୍ଲକ ଅଫିସ, ତହସିଲ, କଲେଜ ଓ ହାଟବଜାର ସବୁ । ତେଣୁ ଅନେକ ସମୟରେ ଡଙ୍ଗା ଦୁର୍ଘଟଣା ଯୋଗୁଁ ଧନ ଜୀବନ କ୍ଷତି ହେଉଥିଲେ ବି ଲୋକେ ଡଙ୍ଗାରେ ଯାତାୟତ କରିଥାନ୍ତି । ବ୍ଲକରେ ୭ରୁ ଅଧିକ ଫେରିଘାଟ ଥିବା ବେଳେ ବିଜୟନଗର ଓ ଚଣ୍ଡିଆପଲ୍ଲି ଫେରିଘାଟରେ ରଶି ଟଣା ଡଙ୍ଗାକୁ ଭରସା କରିଥାନ୍ତି ଲୋକେ ।

ଜୁଆରିଆ ନଦୀ ଓ କୁମ୍ଭୀର ଭୟ ଭିତରେ ବାଧ୍ୟ ହୋଇ ଯାତାୟତ କରୁଛନ୍ତି ଲୋକେ ।