ପୁରୀରେ ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତ ଅସନ୍ତୋଷ । ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ହୋଇଥିବା ବ୍ୟାରିକେଡକୁ ଛୋଟ କରିବାକୁ ଦାବି

ଏବେ ବିନା କୋଭିଡ୍ ରିପୋର୍ଟରେ ଚାଲିଛି ଜଗା ଦର୍ଶନ

124

କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲିବାକୁ ପଡୁଛି ୨ କିଲୋମିଟର ରାସ୍ତା । ଗତକାଲିଠୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ତେବେ ଲମ୍ବା ବ୍ୟାରିକେଡକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମାର୍କେଟ ଛକରୁ ବ୍ୟାରିକେଡ ହୋଇଥିବାରୁ ଭକ୍ତମାନଙ୍କୁ ଲମ୍ବା ରାସ୍ତା ଚାଲିବାକୁ ପଡୁଛି । ତେଣୁ ବ୍ୟାରିକେଡ ଛୋଟ କରିବାକୁ ଶ୍ରଦ୍ଧାଳୁ ପ୍ରସ୍ତାବ ଦେଇଛନ୍ତି । ତିନି ଥାକିଆ ଦର୍ଶନ ବ୍ୟବସ୍ଥା ଅନୁସାରେ ସକାଳ ୬ଟାରୁ ପୁରୀ ବାସୀ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସିଂହଦ୍ୱାରା ଥାନା ସମ୍ମୁଖ ବ୍ୟାରିକେଡ ଦେଇ ଦର୍ଶନ କରୁଛନ୍ତି । ସେହିପରି ସକାଳ ୭ଟାରୁ ମାର୍କେଟ ଛକ ବ୍ୟାରିକେଡ ଦେଇ ବାହାର ଭକ୍ତ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟ ଜଳ ସହ କୋଭିଡକୁ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେହିପରି ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।