ବାଜିରେ ଲାଗିଛି ଜୀବନ : ସୁନ୍ଦରଗଡ ଦେଓନଦୀରେ ବିପଦଜନକ ଜଳଯାତ୍ରା କରୁଛନ୍ତି ଲୋକେ । ତାଲାବନ୍ଦ ଯୋଗୁ ଡଙ୍ଗା ଚଳାଚଳ ବନ୍ଦ । ମୁଣ୍ଡରେ ସାଇକେଲ ବୋହି ପାର ହେଉଛନ୍ତି ଭରା ନଈ

213

କନକ ବ୍ୟୁରୋ : ଜୀବିକା ପାଇଁ ବାଜିରେ ଲାଗିଛି ଜୀବନ । ବର୍ଷା ରୁତୁ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକ ବାସିନ୍ଦାଙ୍କ ଦୁଃଖ ବଢିଛି । ରାଉରକେଲା ଯିବା ପାଇଁ ଉଭୟ ପୁରୁଷ ଓ ମହିଳା ଭରା ନଈରେ ସାଇକେଲ ମୁଣ୍ଡରେ ବୋହି ଦେଓ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । କୋଭିଡ କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଛି । ତେଣୁ ବାଧ୍ୟ ହୋଇ ଲୋକେ ଜୀବନକୁ ବାଜିରେ ଲଗାଇ ଲୋକେ ନଇପାରି ହେଉଛନ୍ତି । ବର୍ଷା ରୁତୁରେ ରାଉରକେଲା କର୍ମକ୍ଷେତ୍ରକୁ ଯିବାକୁ ହେଲେ ସାଇକେଲ ମୁଣ୍ଡା ନଦୀ ପାର ହେବାକୁ ପଡୁଛି । ଯଦି ନଦୀରେ ପାଣି ବଢିଲା, ସେହିଦିନ ଚୁଳି ଜଳିବା ବନ୍ଦ ।

ସେପଟେ ଦେଓ ନଦୀ ଉପରେ ପୋଲ ନିର୍ମାଣ କାମ ମନ୍ଥର ଗତିରେ ଚାଲିଥିବାରୁ ଲୋକଙ୍କ ବିପଦଜନକ ଜଳଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ କୋଏଲ ନଦୀର ହମିରପୁର ଓ ବୈକୁଣ୍ଠ ଘାଟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।