କନକ ବ୍ୟୁରୋ : ଦୀପାବଳିରେ  ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଥିଲା । କେବଳ ସୁବଜ ବାଣ ଫୁଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲ ।  ରାଜ୍ୟ ସରକାର ମଧ୍ୟ ସବୁଜ ବାଣ ପାଇଁ  ଗାଇଡଲାଇନ ଜାରି କରିଥିଲେ । କିନ୍ତୁ ଏହି ନିୟମକୁ କେହି ବା ପାଳନ କରିନାହାନ୍ତି ।  ଗାଇଡଲାଇନ ଗାଇଡଲାଇନ ବାଟରେ ରହିଥିବାବେଳେ ଲୋକେ ମନଇଛା ବାଣ ଫୁଟାଇଛନ୍ତି ।

Advertisment

ଗାଁ ଗହଳିରେ ଲୋକେ ମନଇଛା ବାଣ ଫୁଟାଇଥିବାବେଳେ  ସହରରେ ବି କଟକଣାକୁ କେହି ମାନିନାହାନ୍ତି । ନିୟମକୁ ଫୁ କରିଛନ୍ତି ଲୋକେ ।  ଗ୍ରୀନ  କ୍ରାକରକୁ ସରକାର ଅନୁମତି ଦେଇଥିଲେ ବି କେଉଁଠି ଦୋକାନ ଖୋଲିନଥିଲା ।  ଆଉ ଅନେକ ଅଂଚଳରେ ଚୋରାରେ ବାଣ କରାବାର ହୋଇଥିଲା । ଲୋକେ ବି ଏହି ବାଣକୁ କିଣିଥିଲେ ।  ଏହାପରେ  ମନଇଛା ବାଣ ଫୁଟାଇଥିଲେ ।  କଟକ, ଭୁବନେଶ୍ୱରରେ କଟକଣାକୁ କିଛି ମାତ୍ରାରେ ଲୋକେ ମାନିଥିଲେ ବି  ଅନ୍ୟ ସ୍ଥାନରେ ବାଣ ପୁଟିଛି ।