କନକ ବ୍ୟୁରୋ : ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଥିଲା । କେବଳ ସୁବଜ ବାଣ ଫୁଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲ । ରାଜ୍ୟ ସରକାର ମଧ୍ୟ ସବୁଜ ବାଣ ପାଇଁ ଗାଇଡଲାଇନ ଜାରି କରିଥିଲେ । କିନ୍ତୁ ଏହି ନିୟମକୁ କେହି ବା ପାଳନ କରିନାହାନ୍ତି । ଗାଇଡଲାଇନ ଗାଇଡଲାଇନ ବାଟରେ ରହିଥିବାବେଳେ ଲୋକେ ମନଇଛା ବାଣ ଫୁଟାଇଛନ୍ତି ।
ଗାଁ ଗହଳିରେ ଲୋକେ ମନଇଛା ବାଣ ଫୁଟାଇଥିବାବେଳେ ସହରରେ ବି କଟକଣାକୁ କେହି ମାନିନାହାନ୍ତି । ନିୟମକୁ ଫୁ କରିଛନ୍ତି ଲୋକେ । ଗ୍ରୀନ କ୍ରାକରକୁ ସରକାର ଅନୁମତି ଦେଇଥିଲେ ବି କେଉଁଠି ଦୋକାନ ଖୋଲିନଥିଲା । ଆଉ ଅନେକ ଅଂଚଳରେ ଚୋରାରେ ବାଣ କରାବାର ହୋଇଥିଲା । ଲୋକେ ବି ଏହି ବାଣକୁ କିଣିଥିଲେ । ଏହାପରେ ମନଇଛା ବାଣ ଫୁଟାଇଥିଲେ । କଟକ, ଭୁବନେଶ୍ୱରରେ କଟକଣାକୁ କିଛି ମାତ୍ରାରେ ଲୋକେ ମାନିଥିଲେ ବି ଅନ୍ୟ ସ୍ଥାନରେ ବାଣ ପୁଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/15-7.jpg)