କନକ ବ୍ୟୁରୋ: ଆଳୁ ବସ୍ତା ବୋହି ନେବାକୁ ଲୋକଙ୍କ ଗହଳି । ଏବେ ଆଳୁ କିଲୋ ପିଛା ୨୦ଟଙ୍କା ଥିବା ବେଳେ ୫୦କିଲୋର ଆଳୁ ବସ୍ତା ମାତ୍ର ୩ଶହ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱର ରେମୁଣାରେ ଜଣେ ଆଳୁ ବ୍ୟବସାୟୀ ୫୦କିଲୋ ଆଳୁ ବସ୍ତାକୁ ମାତ୍ର ୩ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଯାହାକୁ ନେବା ପାଇଁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଆଳୁ ବ୍ୟବସାୟୀଙ୍କ କହିବା କଥା ହେଲା ଏବେ ନୂଆ ଆଳୁ ଆସିଯାଇଥିବାରୁ ପୁରୁଣା ଆଳୁକୁ ଖାଲି କରିବା ପାଇଁ କମ୍ ଦରରେ ବିକ୍ରି କରୁଛନ୍ତି ।
ବୋହି ନେଲେ ବସ୍ତା ବସ୍ତା ଆଳୁ । କ୍ୱିଣ୍ଟାଲ ଆଳୁର ଦାମ୍ ମାତ୍ର ୩୦୦ ଟଙ୍କା ।
/kanak/media/post_attachments/wp-content/uploads/2023/12/potato.jpg)