ବିହାରର ମୁଙ୍ଗେରରେ ଲୋକଙ୍କ ଆକ୍ରୋସରେ ଶିକାର ହେଲେ ପୋଲିସ, ଗୁଳିକାଣ୍ଡ ଘଟଣାକୁ ନେଇ ଥାନା ପୋଡିଦେଲେ ଜନତା

148

କନକ ବ୍ୟୁରୋ : ବିହାର ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଆସନ୍ତା ୩ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଲେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ବିହାର ମୁଙ୍ଗେରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏଠାରେ ଲୋକେ ଥାନାରେ ନିଆଁ ଲଗାଇ ପୋଡି ଦେଇଛନ୍ତି ।
ବିହାର ମୁଙ୍ଗେରରେ ମୂର୍ତ୍ତି ବିଷର୍ଜନ ଘଟଣାକୁ ନେଇ ପୁଣି ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋସ । ଲୋକମାନେ ପୂର୍ବ ସରାୟ ଥାନାକୁ ନିଆଁ ଲଗାଇ ଜାଳି ଦେଇଛନ୍ତି । ମୂର୍ତ୍ତି ବିଷର୍ଜନକୁ ନେଇ ପୋଲିସ ଓ ଲୋକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ନେଇଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକମାନେ ଥାନାରେ ନିଆଁ ଲଗାଇ ଦେଇଛନ୍ତି ।
କିଛିଦିନ ପୂର୍ବରୁ ଏହି ଅଞ୍ଚଳରେ ଦୁର୍ଗାମୂର୍ତ୍ତି ବିଷର୍ଜନ ବେଳେ ହିଂସା ଦେଖିବାକୁ ମିଳିଥିଲା । ଏହାକୁ ଆୟତ କରିବାକୁ ଯାଇ ପୋଲିସ ଲାଠିଚାର୍ଜ ଓ ଗୁଳି ଚାଳନା କରିଥିଲେ । ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ବିରୋଧ କରି ଲୋକମାନେ ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ । ହଜାର ହଜାର ସଂଖ୍ୟାର ଯୁବକ ଏହି ବିକ୍ଷୋଭରେ ସାମିଲ ଥିଲେ । ପ୍ରଥମେ ବିକ୍ଷୋଭ ଓ ପରେ ଥାନା ଆଗରେ ଥିବା ଗାଡି ଗୁଡିକରେ ନିଅାଁ ଲଗାଇ ଦେଇଥିଲେ । ଏହାକୁ ଆୟତ କରିବାକୁ ଫୋର୍ସ ମୁତୟନ ପାଇଁ ପୋଲିସ ବ୍ୟବସ୍୍ଥା କରୁଥିବା ବେଳେ ଉତ୍ୟକ୍ତ ଲୋକମାନେ ଥାନାରେ ପଶି ଥାନା ଭିତରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଥାନା ବିଲଡିଂଟି ସମ୍ପୁର୍ଣ୍ଣ ଜଳି ଯିବା ସହ ଥାନା ପରିସରରେ ଥିବା ସମସ୍ତ ଗାଡି ଗୁଡିକ ଜଳି ପାଉଁ ଶ ହୋଇଯାଇଛି ।
ଏନେଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଅାଁକୁ ଆୟତ କରିଛି । ସେପଟେ ନିର୍ବାଚନ ଥିବାରୁ ଏହାକୁ ନିର୍ବାଚନୀ ମୁଦ୍ଦା ବନାଇବାକୁ କିଛି ରାଜନୈତିକ ଦଳ ପ୍ରୟାସ କରୁଥିବା ଜଣାପଡିଛି ।
କହିରଖୁ କି ମୂର୍ତ୍ତି ବିଷର୍ଜନ ବେଳେ ହୋଇଥିବା ହିଂସାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ଆଜି ମୁଙ୍ଗେରୀ ବଜାର ବନ୍ଦ ପାଇଁ ଡାକରା ଦେଇଥିଲେ । ଚ୍ୟାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ କୃଷ୍ଣ କୁମାର ଅଗ୍ରୱାଲଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ଦୋକାନ ବନ୍ଦ କରିଥିଲେ ।