କନକ ବ୍ୟୁରୋ : ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳ କାଣ୍ଡ । ପୋଲିସକୁ ମାଡ଼ ମାରିବା ସହ ଗାଡ଼ି ଜାଳିଦେଲେ ଉତ୍ୟକ୍ତ ଲୋକ । ଭଦ୍ରକ ତିହିଡ଼ି ଥାନା ଅଲ୍ଲିନଗର ଛକରେ ଘଟିଛି ଏହି କାଣ୍ଡ । ପୀରହାଟ ଥାନା ପୁଲିସର ଗାଡି ପୋଡିଦେଇଛନ୍ତି ଲୋକେ ।
ଅଭିଯୋଗ ହୋଇଛି ନୟାନନ୍ଦ ପଂଚାୟତ ହାତୁଆରି ଗାଁର ବାପି ମହାଳିକ ତାଙ୍କ ଭଉଣୀ ଘରକୁ ଯାଇଥିଲେ । କୌଣସି କାରଣରୁ ତାଙ୍କୁ ପୋଲିସ ଗୋଡ଼ାଇବା ବେଳେ ସେ ପୋଖରୀରେ ପଡ଼ିଯାଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପାଇଁ ପୋଲିସକୁ ଦାୟି କରି ସ୍ଥାନୀୟ ଲୋକେ ମୃତଦେହକୁ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗରରେ ଟାୟାର ଜାଳି ଅବରୋଧ କରିଥିଲେ ।
ପରେ ଉତ୍ୟେକ୍ତ ଲୋକେ ପୋଲିସକୁ ମାଡ଼ ମାରିବା ସହ ପୋଲିସକୁ ମାଡ଼ ମାରି ଗାଡ଼ି ଜାଳି ଦେଇଛନ୍ତି । ତେବେ ଏହାର ଫାଇଦା ନେଇଛି ଜଣେ ଅଭିଯୁକ୍ତ । ଯେଉଁ ଗୋଡିକୁ ପୋଡିଦିଆହେଲା , ସେହି ଗାଡିରେ ଯାଉଥିବା ଅଭିଯୁକ୍ତ ଫେରାର ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/5-13.jpg)