କନକ ବ୍ୟୁରୋ: ଦିଲ୍ଲୀର ବିଭିନ୍ନ ସ୍ଥାନରେ ଦୋକାନ ଆଗରେ ଶନିବାର ଭିଡ ଦେଖିବାର ଥିଲା । ତାହା ପୁଣି ମଦ ଦୋକାନ ଆଗରେ । ରାଜଧାନୀ ଦିଲ୍ଲୀରେ ଶନିବାର ମଦ ଦୋକାନ ଗୁଡିକ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । କାରଣ ଏଠିକାର ଅନେକ ମଦ ଦୋକାନ ଗୁଡିକ ପକ୍ଷରୁ ସ୍ୱତନ୍ତ୍ର ବ୍ରାଣ୍ଡ ଉପରେ ଡିସକାଉଣ୍ଟ ଦିଆଯିବ ବୋଲି ଘୋଷଣା କରାଗଲା । ଏହାସହ ‘ଗୋଟେ କିଣିଲେ ଆଉ ଗୋଟେ ଫ୍ରି’ବୋଲି ମଧ୍ୟ ଘୋଷଣା କରାଗଲା । ମଦ ଉପରେ ଏପରି ରିହାତି ଘୋଷଣା ପରେ ଲୋକଙ୍କ ଭିଡ ଚାହୁଁ ଚାହୁଁ ଜମିଯାଇଥିଲା ।
କଥା ହେଉଛି ଦିଲ୍ଲୀର ଜାହାଙ୍ଗୀରିପୁରୀ, ଶାହଦାରା, ମୟୂର ବିହାର, ଅଶୋକନଗର, ସମେତ ଅନ୍ୟ କିଛି ଅଞ୍ଚଳରେ ମଦ ଦୋକାନ ଗୁଡିକ କିଛି ବ୍ରାଣ୍ଡ୍ ଉପରେ ୩୫ ପ୍ରତିଶତ ଯାଏଁ ରିହାତି ଘୋଷଣା କଲେ । ମାର୍ଚ୍ଚ ଶେଷ ଯାଏଁ ସବୁ ଷ୍ଟକ୍ ଶେଷ କରିବାକୁ ଥିବାରୁ ଦୋକାନ ଗୁଡିକ ଏପରି ରିହାତି ଘୋଷଣା କରିଥିବା ସୂଚନା ରହିଛି । କାରଣ ନୂଆ ଆର୍ଥିକ ବର୍ଷରେ ମଦ ଦେକାନୀଙ୍କ ଲାଇସେନ୍ସ ନବୀକରଣ କରାଯିବ । ଏଥିପାଇଁ ପୂର୍ବବର୍ଷର ସବୁ ଷ୍ଟକ୍ ଶେଷ କରିବା ନିହାତି କରିବା ଉଚିତ । ତେଣୁ କିଛି ବ୍ରାଣ୍ଡ ଉପରେ ‘ଗୋଟିଏ କିଣିଲେ ଆଉ କୋଟେ ବୋତଲ ଫ୍ରି’ ବୋଲି ମଧ୍ୟ ଅଫର ଦେଇଛନ୍ତି ମଦ ଦୋକାନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/6-17.jpg)