ଏବେ ସାରା ଦେଶରେ ହିରୋ ପାଲଟି ଯାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ନିଜର ପରାକ୍ରମ ପାଇଁ ଆଜି ତାଙ୍କୁ ସାରା ଦେଶ ବୀର ପୁତ୍ରର ସମ୍ମାନ ଦେଇଛି । ପାକିସ୍ତାନର ଲଢ଼ୁଆ ବିମାନ ଏଫ୍-୧୬ ସହ ଯୁଦ୍ଧ କରିବା ସମୟରେ ପାକ୍ ସୀମାକୁ ଖସି ପଡ଼ିଥିଲେ ପାଇଲଟ୍ ଅଭିନନ୍ଦନ ।
ଏହା ପରେ ତାଙ୍କୁ ୬୦ଘଣ୍ଟା କାଳ ପାକିସ୍ତାନର ସେନାର କବଜାରେ ରହିବାକୁ ପଡ଼ିଥିଲା । ଦୁଇଦେଶ ମଧ୍ୟରେ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିବାକୁ ନେଇ ଅନେକ ଆଲୋଚନା ହେବା ପରେ ଶେଷରେ ଗୁରୁବାର ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାଇଲଟ୍ ଅଭିନନ୍ଦନଙ୍କୁ ଶୁକ୍ରବାର ଭାରତକୁ ହସ୍ତାନ୍ତର କରାଯିବ ବୋଲି ଘୋଷଣା କରିଥିଲେ । ଶୁକ୍ରବାର ତାଙ୍କୁ ସ୍ୱାଗତ କରିବା ପାଇଁ ଅଟାରୀ-ଓ୍ଵାଘା ସୀମାରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଭାରତର ବୀର ପୁତ୍ର ଭାରତ ଫେରୁଥିବାର ଖୁସି ସମସ୍ତଙ୍କ ମୁହଁରେ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ।
ଏହି ୨-୩ ଦିନ ମଧ୍ୟରେ ପାଇଲଟ୍ ଅଭିନନ୍ଦନ ଭାରତର ହିରୋ ପାଲଟି ଥିବା ବେଳେ ତାଙ୍କ ନିଶକୁ ନେଇ ମଧ୍ୟ ଏବେ ଖୁବ୍ ଚର୍ଚ୍ଚା ହେଉଛି । ତାଙ୍କର ଆକର୍ଷଣୀୟ ନିଶକୁ ଦେଖି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଭଳି ନିଶ ରଖିବାକୁ ଚାହାନ୍ତି ବୋଲି ସମସ୍ତେ ସୋସିଆଲ ମିଡିଆରେ କହିବା ଆରମ୍ଭ କରିଛନ୍ତି । କିଛି କିଛି ଲୋକ ପାଇଲଟ୍ ଅଭିନନ୍ଦନଙ୍କ ଭଳି ନିଶ କାଟିବାକୁ ଚେଷ୍ଟା କରିବା ସହ ଫଟୋ ଅପଲୋଡ୍ କରି ଅଭିନନ୍ଦନଙ୍କୁ ଭାରତକୁ ସ୍ୱାଗତ କରିଥିବା ଦେଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Abhinandan-Varthaman-moustache-784x441.jpg)
/kanak/media/post_attachments/wp-content/uploads/2019/03/1551512372-1395-300x200.jpg)
/kanak/media/post_attachments/wp-content/uploads/2019/03/abhinandan_1551510462_800x420-300x158.jpg)
/kanak/media/post_attachments/wp-content/uploads/2019/03/68235574-300x225.jpg)