କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା : ଗୁଣି ଗାରେଡି ସନ୍ଦେହରେ ବ୍ୟକ୍ତିଙ୍କୁ ମନ୍ଦିରରୁ ଟାଣି ନେଇ ନିସ୍ତୁକ ମାଡ, ଦେଖଣାହାରୀ ସାଜିଲେ ଲୋକେ, ଥାନାକୁ ଗଲା ମାମଲା

Advertisment
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅଭାବନୀୟ ଘଟଣା : ଗୁଣି ଗାରେଡି ସନ୍ଦେହରେ ବ୍ୟକ୍ତିଙ୍କୁ ମନ୍ଦିରରୁ ଟାଣି ନେଇ ନିସ୍ତୁକ ମାଡ, ଦେଖଣାହାରୀ ସାଜିଲେ ଲୋକେ, ଥାନାକୁ ଗଲା ମାମଲା

source : The News Minute

କନକ ବ୍ୟୁରୋ : ଗୁଣି ସନ୍ଦେହରେ ଗାଁ ଦାଣ୍ଡରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଓ ସଙ୍ଗରା ଗାଁରେ । ଜଣେ ଲୋକଙ୍କୁ ମନ୍ଦିରରୁ ଟାଣି ନେଇ ଗାଁ ଦାଣ୍ଡରେ ନିସୁୁକ ମାଡ ମାରିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କୁ ବିଧା ଓ ଗୋଇଠା ବି ମରାଯାଇଛି । ଏ ନେଇ ସଂପୃକ୍ତ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ।

ଗତକାଲି ଓସଙ୍ଗରା ଗାଁର ଗଗନ ବାରିକ ପୂଜା ପାଇଁ ମନ୍ଦିରକୁ ଯାଇଥିଲେ । ଏହି ସମୟରେ ଗଗନ କିଛି ଲୋକଙ୍କୁ ପାଗଳ କରିଦେଇଥିବା ଅଭିଯୋଗ ଆଣିଥିଲେ ଗାଁର କିଛି ପୁରୁଷ ଓ ମହିଳା ଓ ତା ପରେ ଆରମ୍ଭ ହୋଇଯାଇଥିଲା ନିର୍ଧୁମ ମାଡ । ସବୁଠାରୁ ବଡ କଥା ହେଲା, ଜଣେ ଲୋକଙ୍କୁ ମାଡ ହେଉଥିବାବେଳେ କେହି ବି ଏହାର ପ୍ରତିବାଦ କରିନଥିଲେ । ଗଗନଙ୍କ ଚିତ୍କାର ଶୁଣି ପରିବାର ଲୋକେ ପଂହଚିଥିଲେ । ପରେ ତାଙ୍କୁ ଗଗନକୁ ଉଦ୍ଧାର କରି ଥାନାକୁ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe