କନକ ବ୍ୟୁରୋ : ଗୁଣି ସନ୍ଦେହରେ ଗାଁ ଦାଣ୍ଡରେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଓ ସଙ୍ଗରା ଗାଁରେ । ଜଣେ ଲୋକଙ୍କୁ ମନ୍ଦିରରୁ ଟାଣି ନେଇ ଗାଁ ଦାଣ୍ଡରେ ନିସୁୁକ ମାଡ ମାରିଛନ୍ତି । ଏପରିକି ସଂପୃକ୍ତ ବ୍ୟକ୍ତିଙ୍କୁ ବିଧା ଓ ଗୋଇଠା ବି ମରାଯାଇଛି । ଏ ନେଇ ସଂପୃକ୍ତ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି ।
ଗତକାଲି ଓସଙ୍ଗରା ଗାଁର ଗଗନ ବାରିକ ପୂଜା ପାଇଁ ମନ୍ଦିରକୁ ଯାଇଥିଲେ । ଏହି ସମୟରେ ଗଗନ କିଛି ଲୋକଙ୍କୁ ପାଗଳ କରିଦେଇଥିବା ଅଭିଯୋଗ ଆଣିଥିଲେ ଗାଁର କିଛି ପୁରୁଷ ଓ ମହିଳା ଓ ତା ପରେ ଆରମ୍ଭ ହୋଇଯାଇଥିଲା ନିର୍ଧୁମ ମାଡ । ସବୁଠାରୁ ବଡ କଥା ହେଲା, ଜଣେ ଲୋକଙ୍କୁ ମାଡ ହେଉଥିବାବେଳେ କେହି ବି ଏହାର ପ୍ରତିବାଦ କରିନଥିଲେ । ଗଗନଙ୍କ ଚିତ୍କାର ଶୁଣି ପରିବାର ଲୋକେ ପଂହଚିଥିଲେ । ପରେ ତାଙ୍କୁ ଗଗନକୁ ଉଦ୍ଧାର କରି ଥାନାକୁ ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Black-magic.jpg)