ଢେଙ୍କାନାଳରେ ସିବିଆଇ ଚଢାଉ ବେଳେ ଅଭାବନୀୟ ଘଟଣା: ସିବିଆଇ ଅଫିସରଙ୍କୁ ଆକ୍ରମଣ ଅଭିଯୋଗ

192

କନକ ବ୍ୟୁରୋ: ଅନଲାଇନରେ ଶିଶୁ ଯୌନଶୋଷଣ  ଅଭିଯୋଗ ମାମଲା । ଢେଙ୍କାନାଳରେ ସିବିଆଇ ଚଢାଉ ବେଳେ ଅଭାବନୀୟ ଘଟଣା । ଚଢାଉ କରିବାକୁ ଆସିଥିବା  ଅଧିକାରୀଙ୍କୁ ଅଟକ ରଖିଲେ ଲୋକେ । ସ୍ଥାନୀୟ ଲୋକ ସିବିଆଇ ଅଫିସରଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି ।

ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯାତନା ମାମଲାରେ ସିବିଆଇ ତନାଘନା କରୁଛି  । ଦେଶର ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୬ଟି ସ୍ଥାନରେ ଚଢାଉ କରୁଛି ସିବିଆଇ । ଓଡ଼ିଶାରେ ମଧ୍ୟ ଢେଙ୍କାନାଳ ଏବଂ ଯାଜପୁର ଓ ଭଦ୍ରକରେ ସିବିଆଇ ପକ୍ଷରୁ ଯାଂଚ କରାଯାଉଛି । ନଭେମ୍ବର ୧୪ ତାରିଖରେ ସିବିଆଇ ଅଲଗା ଅଲଗା ୨୩ଟି ମାମଲା ରୁଜୁ କରିଥିଲା ।

ଏଥିରେ ୮୩ ଜଣଙ୍କୁ ଅଭିଯୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଶେଷ କରି ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗରେ ଏହି ମାମଲା କରାଯାଇଥିଲା । ଆନ୍ଧ୍ର ପ୍ରଦେଶ, ଉତରପ୍ରଦେଶ, ଦିଲ୍ଲୀ, ହରିୟାଣା, ପଂଜାବ, ବିହାର, ଓଡ଼ିଶା, ତାମିଲନାଡୁ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ଏହି ଚଢାଉ ଚାଲିଛି ।