କନକ ବ୍ୟୁରୋ: ଆଇସିଏମଆର ଟେଷ୍ଟିଂ ନିୟମରେ ପରିବର୍ତନ କରିଥିବାରୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ସଠିକ୍ ଆସିପାରୁନି ବୋଲି ଜଣାପଡିଛି । ଅନ୍ୟପଟେ ଆରଟିପିସିଆର ଟେଷ୍ଟ ବଦଳରେ ଲୋକେ ଘରେ ରହି ଟେଷ୍ଟ କିଟ୍ ଜରିଆରେ ପରୀକ୍ଷା କରାଉଛନ୍ତି । ତେଣୁ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ସଠିକ ଆସିପାରୁନି ବୋଲି ଅଭିଯୋଗ ରହିଛି । ଅନ୍ୟପଟେ ହୋମ୍ ଟେଷ୍ଟ କିଟର ଚାହିଦା ବଢୁଥିବାରୁ ଦେଶର ବିଭିନ୍ନ ସହରରେ ଏହାର ଦାମ ୨୫୦ରୁ ୬୦୦ ପହଂଚିଥିବା ସୂଚନା ରହିଛି ।

Advertisment

କରୋନା ସଂକ୍ରମଣ ବଢୁଛି । ଅନେକଙ୍କ ପାଖରେ ସାଧାରଣ ଲକ୍ଷଣ ଦେଖାଯାଉଛିା ତେଣୁ ଅନେକ ଏବେ ଲମ୍ବା ଧାଡିରେ ଛିଡା ହୋଇ ୨୪ ଘଂଟା ରିପୋର୍ଟ ପାଇବାକୁ ଅପେକ୍ଷା କରିବା ପରିବର୍ତ୍ତେ ଘରେ ରହି କରୋନା କିଟ୍ ଜରିଆରେ ଟେଷ୍ଟ କରାଉଛନ୍ତି । ଯାହାର ଫାଇଦା ନେଇଛନ୍ତି କିଛି ବ୍ୟବସାୟୀ । ଦେଶର ବିଭିନ୍ନ ସହରରେ ଟେଷ୍ଟିଂ କିଟ୍ ୨୫୦ ଟଂକାରୁ ବଢି ୬୦୦ ଟଂକା ହୋଇଛି । ତେଣୁ ଏବେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ଲୁଚିଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି?

ଏକ ରିପୋର୍ଟ ଅନୁଯାୟୀ, କରୋନା ଟେଷ୍ଟିଂ କିଟ୍ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ଏବେ ଅଧିକ ବିକ୍ରି ହେଉଛି । ଲୋକମାନେ ସେଲଫ ଟେଷ୍ଟ କିଟ୍ ବାବଦରେ ଅବଗତ ହୋଇ ସାରିଲେଣି । ତେଣୁ ଅନେକ ଘରେ ରହି ଏହି କିଟ୍ ଜରିଆରେ ନିଜର କରୋନା ପରୀକ୍ଷା କରାଉଛନ୍ତି ।

ସେହିପରି ନିକଟରେ ଆଇସିଏମଆର କରୋନା ଟେଷ୍ଟିଂ ନିୟମରେ ପରିବର୍ତନ କରିଛି । ସମସ୍ତେ କରୋନା ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ ବୋଲି କହିଛି । ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ଫର୍ଶରେ ଆସିଲେ କଂଟାକ୍ସ ଟ୍ରେସିଂରେ ଟେଷ୍ଟ କରିବା ଅନିର୍ବାର୍ଯ୍ୟ ଥିଲା । ଏବେ କେବଳ ଯେପର୍ଯ୍ୟନ୍ତ ି ଅଧିକ ବୟସ୍କ କିମ୍ବା ବିଭିନ୍ନ ରୋଗରେ ପୀଡିତ ଥିଲେ  ଏବଂ କିଛି ଲକ୍ଷଣ ଦେଖାଗଲେ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଦେଶରେ ବିନା ଲକ୍ଷଣରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ସ୍ପଷ୍ଟ ରହୁନି ବୋଲି ପ୍ରଶ୍ନ ଉଠିଛି ।

ଗୋଟିଏ କରୋନା ନିଆଁ ଭଳି ମାଡି ଚାଲିଛି । ଅନ୍ୟପଟେ ଆଇସିଏମଆରର ଟେଷ୍ଟିଂ ନିୟମ ପରିବର୍ତନ ଏବେ ଟିକା ନନେଇନଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ଚିନ୍ତାଜନକ ବୋଲି ବିଭିନ୍ନ ରିପୋର୍ଟରେ ପ୍ରକାଶ ପାଇଛି ।