ଶୋଷ ମେଣ୍ଟାଇ ପାରୁନାହିଁ ଡିଏମଏଫ । ପାଣି ପାଇଁ ୨ କିଲୋମିଟର ଚାଲିକି ଯାଉଛନ୍ତି ଲୋକେ ।

74

କନକ ବ୍ୟୁରୋ : ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଗଢ଼ାଗଲା ଡିଏମଏଫ, ହଜାର ହଜାର କୋଟି ଟଙ୍କାର ଏହି ପାଣ୍ଠିରୁ ଖଣି ପ୍ରଭାବିତ ଅଞ୍ଚଳ ବିକାଶ କାର୍ୟ୍ୟ କରାଯାଉଛି । କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହି ପ୍ରକଳ୍ପ ଗୁଡିକ ଲୋକଙ୍କ ଉପକାରରେ ଆସିପାରୁନାହିଁ। ଫଳରେ ଗରିବ ଆଦିବାସୀ ଖଣିବାସୀଙ୍କ ଶୋଷ ମେଣ୍ଟାଇବାକୁ ଡିଏମଏଫ ବିଫଳ ହୋଇଥିବା ଦେଖାଯାଇଛି।

କେନ୍ଦୁଝର ଶୁଆକାଟି ଗନ୍ଧମାର୍ଦ୍ଦନ ଖଣି ୩ଟି ପଞ୍ଚାୟତକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଛି। ଖଣି ଚାରିପଟେ ଥିବା ଗାଁରେ ଡିଏମଏଫ ଅର୍ଥରୁ ସୋଲାର ପାନୀୟ ଜଳ ପ୍ରକଳ୍ପ କରାଯାଇଛି । ପ୍ରତି ପ୍ରକଳ୍ପ ବାବଦରେ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ ହୋଇଛି । ହେଲେ ଅଧାରୁ ଅଧିକ ପ୍ରକଳ୍ପ ଏବେ ଅଚଳ । ଫଳରେ କେଉଁଠି ପାଣି ପାଇଁ ୨ କିମିଦୂର ଯିବାକୁ ପଡୁଛି ତ ଆଉ କେଉଁଠି ଚୁଆ ପାଣି ଭରଷା। ଡିଏମଏଫ ଅର୍ଥରେ ବିଭିନ୍ନ ପ୍ରକଳ୍ପ କରି କରାଯାଉଛି କିନ୍ତୁ ଉପଯୁକ୍ତ ତଦାରଖ ଅଭାବ ପାଇଁ ଏହା ଲୋକଙ୍କ ବ୍ୟବହାରରେ ଆସିପାରୁନାହିଁ

ବର୍ଷବର୍ଷ ଧରି ପ୍ରକଳ୍ପ ସବୁ ଅଚଳ ପଡିଥିବା ବେଳେ ଏନେଇ ଡିଏମଏଫ ଦାୟିତ୍ୱରେ ଥିବା ଅଧିକାରୀଙ୍କ ନିକଟରେ ଖବର ନାହିଁ। ଖବର ପାଇବା ପରେ ଏସବୁକୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ଡିଆରଡିଏ ପ୍ରକଳ୍ପଅଧିକାରୀକହିଛନ୍ତି। ତେବେ ଖଣିପ୍ରଭାବିତ ବାସୀ କେବେ ବିଶୁଦ୍ଧ ପାନୀୟଜଳ ପାଉଛନ୍ତି ଏବଂ କେବେ ସେମାନଙ୍କ ଶୋଷ ମେଂଟୁଛି ତାହାକୁ ଅପେକ୍ଷା ।