ଯାଜପୁର ନିର୍ବାଚନ ମଣ୍ଡଳି ସରଗରମ ରାଜନୀତି, ବିଜେଡି-ବିଜେପିର ଟକ୍କର ହେବା ନେଇ ଚର୍ଚ୍ଚା କରୁଛନ୍ତି ଜନତା ।

200

କନକବ୍ୟୁରୋ:ଉପକୂଳ ଓଡିଶାର ଆଗୁଆ ଜିଲ୍ଲା ଭାବେ ପରିିଚିତ ଯାଜପୁର ଜିଲ୍ଲା । ଯାଜପୁର ନିର୍ବାଚନ ମଣ୍ଡଳି ରାଜନୀତି ସରଗରମ । ବର୍ତମାନ ରାଜ୍ୟ ରାଜନିତିରେ ପ୍ରତିନିଧିତ୍ୱ କରୁଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ଏଠାରୁ ତିନିଥର ବିଧାୟକ ହୋଇଛନ୍ତି । ଏଥର ସେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଦଳ ଏଠାରେ ମହିଳା ପ୍ରାର୍ଥୀ ଭାବେ ସୁଜାତା ସାହୁଙ୍କ ପ୍ରାର୍ଥୀ କରିଛି ବିଜେଡି । ତେଣୁ ଚଳିତ ନିର୍ବାଚନରେ ବିଜେଡି-ବିଜେପିର ଟକ୍କର ହେବ ବୋଲି ଆଶା ରଖିଛନ୍ତି ଯାଜପୁରବାସୀ ୨୪ ଲଢେଇରେ ଯାଜପୁରରେ ଶାସକ ବିଜେଡିର ବିଜୟଧାରାକୁ ଚେକ୍ ଦେବାକୁ ଉଦ୍ୟମ କରୁଛି ବିରୋଧୀ ବିଜେପି ।

୩୫ ବର୍ଷ ହେବ ଅଣକଂଗ୍ରସେ ଗଡ ଭାବେ ପରିଚିତ ଏହି ନିର୍ବାଚନ ମଣ୍ଡଳିରେ ବିଜେପି-ବିଜେଡି ଲଢେଇରୁ ଫାଇଦା ଉଠାଇବାକୁ ସଙ୍ଗଠନ ସଜାଡୁଛି କଂଗ୍ରେସ । ଶେଷ ପର୍ଯ୍ୟାୟରେ ଜୁନ୍ ୧ରେ ଯାଜପୁରରେ ଭୋଟ୍ ପଡିବ । ଯାଜପୁର ଓ ଦଶରଥପୁର ବ୍ଲକ ସହ ପୈାର ପାଳିକାକୁ ନେଇ ଯାଜପୁର ନିର୍ବାଚନ ମଣ୍ଡଳୀ ଗଠିତ । ଦୀର୍ଘଦିନ ଧରି ଯାଜପୁର ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିଲା ।

୨୦୦୯ରେ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହେବା ପରଠୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜୟୀ ହୋଇଆସିଛନ୍ତି । ଲଗାତାର ବାଜିମାତ କରିଆସୁଥିବା ପ୍ରଣବ ପ୍ରକାଶ ଦାସଙ୍କ ବଦଳରେ ବିଜେଡି ଏଥର ମହିଳା ପ୍ରାର୍ଥୀ ସୁଜାତା ସାହୁଙ୍କୁ ମଇଦାନକୁ ଓହ୍ଲାଇଛି । ବିଜେପି ଗୌତମ ରାୟଙ୍କୁ ଦୋହରାଇଛି । ବିଜେଡିର ନବାଗତ ମହିଳା ଚେହେରା ଓ ବିଜେପିର ଅଭିଜ୍ଞ ସଂପନ୍ନ ରାଜନେତାଙ୍କ ଲଢେଇରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛନ୍ତି କଂଗ୍ରେସ ପ୍ରାର୍ଥୀ ।

କଂଗ୍ରେସ ପ୍ରାର୍ଥୀ ସୁଦୀପ୍ କର ସଂଗଠନ ସଜାଡି ସଫଳତା ପାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି । ଯାଜପୁର ବିଜେପିରେ ଥିବା ଗୋଷ୍ଠୀ କନ୍ଦଳକୁ ଏଡାଇବାକୁ ଗୌତମଙ୍କ ଉଦ୍ୟମ ଜାରି ରହିଥିବା ବେଳେ ଏହାର ଫଳାଫଳ କ’ଣ ହେବ ତାହା ଜୁନ୍ ୪ରେ ଇଭିଏମ୍ ଖୋଲିବା ପରେ ଜଣାପଡିବ ।