ଉପକୂଳରେ ମରୁଡି ଆଶଙ୍କା : ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି ଲୋକେ, ଆଠଗଡରେ ବର୍ଷା ପାଇଁ କଲେ ବେଙ୍ଗ ନାଚ

225

କନକ ବ୍ୟୁରୋ : ବର୍ଷା ଦିନ ବର୍ଷା ନାହିଁ । ଜୁଲାଇରେ ଯେତିକି ବର୍ଷା ହେବା କଥା ତାଠାରୁ କମ ବର୍ଷା ହୋଇଛି । ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ସ୍ଥିତିରେ ବର୍ଷା କେମିତି ହେବ ସେଥିପାଇଁ ଲୋକେ ଅନେକ ପ୍ରକାରର ଅନ୍ଧବିଶ୍ୱାସକୁ ଆପଣାଇବା ଆରମ୍ଭ କଲେଣି । ଏମିତି ଏକ ଦୃଶ୍ୟ ଆସିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଗଦାଧରପୁର ଗାଁରୁ । ବର୍ଷା ହେବା ପାଇଁ ଲୋକେ କରିଛନ୍ତି ବେଙ୍ଗ ନାଚ । ଗାଁ ଦାଣ୍ଡରେ ପାଣି ଢାଳି ବେଙ୍ଗକୁ ସେଥିରେ ନଚାଇବା ସହିତ ସେହି ପାଣିରେ କିଛି ଲୋକ ଗଡୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଜୁନରୁ ଏ ଯାଏଁ ୧୧ ଜିଲ୍ଲାରେ କମ ବର୍ଷା ହୋଇଛି । ଉପକୂଳ ଓଡିଶାରେ ମରୁଡି ଆଶଙ୍କା ଦେଖାଦେଲାଣି । ଏଭଳି ସ୍ଥିତିରେ ବର୍ଷା ପାଇଁ ବେଙ୍ଗ ନାଚ କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।