ସରକାରୀ ଚୁକ୍ତି ଅନୁସାରେ ସରିଲାଣି ଅବଧି, ହେଲେ ସରିନି ପୋଲ ନିର୍ମାଣ । ଏବେ ବି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ

ସରକାରୀ ଚୁକ୍ତି ଅନୁସାରେ ସରିଲାଣି ଅବଧି, ହେଲେ ସରିନି ପୋଲ ନିର୍ମାଣ । ଏବେ ବି ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଲୋକେ

କନକବ୍ୟୁରୋ: ୨୦୨୧ ମସିହାରୁ ନିର୍ମାଣ ଚାଲିଥିବା ପୋଲ ନିର୍ମାଣ କେବେ ସରିବ, ତାହା କାହାକୁ ଜଣାନାହିଁ। କାରଣ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ମାଣ ଅବଧି ସରିଲାଣି, ହେଲେ ଏଯାଏଁ ଦଶ ପ୍ରତିଶତ କାମ ହୋଇନାହିଁ। ବିପଦପୂର୍ଣ୍ଣ ଜଳଯାତ୍ରାରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ରାୟଗଡା ପଦ୍ମପୁର ବଂଶଧାରା ନଦୀ ଉପରେ ପୋଲ ପାଇଁ ନାବାର୍ଡ ପକ୍ଷରୁ ୩୫ କୋଟି ୬୨ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଚୁକ୍ତି ଅନୁସାରେ ଠିକାଦାର କାମ ସାରିନଥିବାରୁ ଆଜି ବି ଲୋକଙ୍କୁ ଜଳଯାତ୍ରା କରିବାକୁ ପଡୁଛି ।

୪୫୦ ମିଟର ଦୈର୍ଘ ବିଶିଷ୍ଟ ବଂଶଧାରା ପୋଲରେ ୧୫ଟି ସ୍ପାନ ଓ ୯୬ଟି ପାଇଲିଂ କରାଯିବ। ୨୦୨୪ ଜୁଲାଇ ୭ ତାରିଖ ସୁଦ୍ଧା ନିର୍ମାଣ ସାରିବାକୁ ଚୁକ୍ତି ହୋଇଛି। ସମୟସୀମା ସରିଛି, ହେଲେ ନିର୍ମାଣ ସରିନି। ମନ୍ଥର ଗତିରେ ଚାଲିଥିବା କାମ ବର୍ଷା ଦିନ ଯୋଗୁଁ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଲୋକଙ୍କ ଯାତାୟାତ ପ୍ରଭାବିତ ହେଉଛି। ସେପଟେ ଜିଲ୍ଲାପାଳ କହିଛନ୍ତି, କାହିଁକି ଓ କେଉଁ ପରିସ୍ଥିତିରେ ପୋଲ କାମ ବନ୍ଦ ରହିଛି ତାହାର ତଦନ୍ତ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe