ନଈ ପାର ହେବା ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଲୋକେ । କନ୍ଧମାଳ ଜିଲ୍ଲା ବିରିନ୍ଦାପଡା ଗାଁର ଅଭାବନୀୟ ଦୃଶ୍ୟ । ବିଜୁଳି ତାରରେ ବିପଦ ସଙ୍କୁଳ ଅବସ୍ଥାରେ ନଈପାରି ହେଉଛନ୍ତି ପିଲା ବୁଢା ସମସ୍ତେ

164
କନକ ବ୍ୟୁରୋ : ନଦୀର ଦୁଇ ପଟ କୂଳର ଗଛରେ ବନ୍ଧା ହୋଇଛି ଇଲେକ୍ଟ୍ରି ତାର । ଆଉ ସେହି ତାରରେ ବାଉଁଶ ରାଣୀ ଖେଳ ପରି ପାରି ହେଉଛନ୍ତି ଆବାଳ ବୃଦ୍ଧ ବନିତା । ଏଦୃଶ୍ୟ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆ ଗାଁ ବ୍ଲକ ଗୁଞ୍ଜିବାଡି ପଂଚାୟତର ବିରିନ୍ଦାପଡା ଗାଁରୁ । ପ୍ରତି ଦିନ ଗାଁରୁ ବାହାରକୁ ଗଲେ ଜୀବନକୁ ବାଜି ଲଗାଇ ଏମିତି ଇଲେକ୍ଟ୍ରି ତାର ଉପରେ ଦେଇ ନଈ ପାରି ହେବାକୁ ପଡେ ।
ବିରିନ୍ଦାରପଡାରେ ଶହେ ଅଧିକ ପରିବାର ରହୁଥିବା ବେଳେ କାଳିପେନୁ ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ସରପଂଚଙ୍କ ଠାରୁ ଆରମ୍ଭ ଜିଲ୍ଲାପାଳ. ବିିଧାୟକ ସମସ୍ତଙ୍କୁ ଜଣାଇଛନ୍ତି । ହେଲେ କୌଣସି ପ୍ରଶାସନିକ ଅଧିକାରୀ ନ ଶୁଣିବାରୁ ବାଧ୍ୟ ହୋଇ ଗାଁ ଲୋକେ ବିଜୁଳ ତାର ଟାଣି ତାଉପରେ ବିପଦ ସଙ୍କୁଳ ଅବସ୍ଥାର ନଦୀ ପାର ହେଉଛନ୍ତି । ସ୍କୁଲ, କଲେଜ, ମେଡିକାଲ ବଜାରଘାଟ, ଭତା ଆଣିବାକୁ ଯାଉଥିବା ଗାଁର ପିଲାଠୁ ଆରମ୍ଭ କରି ବୃଦ୍ଧ ଯାଏଁ ଏହି ତାର ଉପର ଦେଇ ନଈପାରି ହେଉଛନ୍ତି ।