ଦୁଇଦିନ ହେଲାଣି ରାଜ୍ୟବାସୀଙ୍କୁ କଲବଲ କରିଦେଲାଣି ବର୍ଷା ଆଉ ଶୀତର ଯୁଗଳବନ୍ଦୀ । ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ୨ ଦିନ ହେଲା ଯେଭଳି ପାଗ ଲାଗି ରହିଛି, ତାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଯୋଗୁଁ ଲୋକେ ଘରୁ ପଦାକୁ ବାହାରିଲା ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଶୀତ ପାଇଁ ଜାକେଟ୍ , ସ୍ୱେଟର ପିନ୍ଧିବେ ନା’ ବର୍ଷାରୁ ରକ୍ଷା ପାଇବା ପାଇଁ ରେନକୋଟ୍ ! ତାକୁ ନେଇ ସନ୍ଦେହରେ ପଡିଛନ୍ତି ଓଡିଶାବାସୀ ।
ଆଉ ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଭିତରେ ଚାଲିଛି ଥଟ୍ଟାମଜା । କିଛି ଏହି ଭଳି ଫଟୋସବୁ ସୋସିଆଲ ମିଡିଆରେ ମିମ୍ ଆକାରରେ ଘୁରିବୁଲୁଛି । ଲୋକେ ବ୍ୟଙ୍ଗାତ୍ମକ ଫଟୋ ସେୟାର୍ କରି ଜାକେଟ ପିନ୍ଧିବେ ନା ରେନକୋଟ୍ ପ୍ରଶ୍ନ କରୁଛନ୍ତି । ଲୋକ ସ୍ୱେଟର, ମଫଲର ପିନ୍ଧି ମୁଣ୍ଡ ଉପରେ ଛତା ଧରିଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/JAKET.jpg)