ଚା’ର ସ୍ୱାଦ ଭୁଲିଗଲେଣି ପାକିସ୍ତାନବାସୀ । କପେ ଚା’ କିଣିବାକୁ ଡରୁଛନ୍ତି ଲୋକେ । ଦେଶ ବିଦେଶନ୍ୟୁଜ୍ By Kanak News Bureau On Oct 14, 2021 - 11:11 AM 844 Share କନକ ବ୍ୟୁରୋ: ଚା’ର ସ୍ୱାଦ ଭୁଲିଗଲେଣି ପାକିସ୍ତାବାସୀ । କାରଣ କପେ ଚା’ର ଦର ଏତେ ଯେ କିିଣିବାକୁ ଅସହାୟ ମନେ କରୁଛନ୍ତି ପାକିସ୍ତାନର ସାଧାରଣ ଜନତା । କାରଣ ଖିର , ଚିନି ଆଉ ଚା’ ପତି ଏତେ ଚଢା ଯାହା ଫଳରେ ଚା’ ବେପାର କରିବାକୁ ଡରୁଛନ୍ତି ବ୍ୟବସାୟୀ । ଆଉ ଯେଉଁ କେତେ ଜଣ ଷ୍ଟଲ ଚଳାଇଛନ୍ତି କପେ ଚା’କୁ ଚଢା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି । ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନୀ । ଏତେ ଦେଶବାସୀଙ୍କ ଅବସ୍ଥା ଶୋଚନୀୟ । ଖାଦ୍ୟ ସାମଗ୍ରୀ ଦର ଦାମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ଏଠାରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । Kanak News is now on WhatsApp Join and get latest news updates delivered to you via WhatsApp Join Now ଗତ ବର୍ଷରୁ ପାକିସ୍ତାନର ଆର୍ଥିକ ଅବସ୍ଥା ଏପରି ବିଗିଡିଯାଇଛି ଯେ ଖାଦ୍ୟ ସାମଗ୍ରୀ କିଣିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ସ୍ଥିତି ଏପରି ହୋଇଛି ଯେ ଚା’ କପେ ପିଇବା ବି ଲୋକଙ୍କ ଭାଗ୍ୟରେ ଜୁଟୁନି । ଏଠାରେ ଚିନି , ଚା’ ପତି ଠାରୁ ଆରମ୍ଭ କରି ଖିର, ଟି ବ୍ୟାଗ୍, ରନ୍ଧନ ଗ୍ୟାସ ସବୁ ଦର ବୃଦ୍ଧି ଯୋଗୁଁ ଚା’ ଦାମ ମଧ୍ୟ ବଢିଛି । ଏଠାରେ କପେ ଚା’କୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ସାଧାରଣ ଲୋକେ କପେ ଚା’ କିଣିବାକୁ ବି ଅସମର୍ଥ । ପାକିସ୍ତାନରେ ଖିର ଲିଟରକୁ ୧୨୦ ଟଙ୍କା ହୋଇଥିବାବେଳେ ଚା’ ପତିକୁ ୮୦୦ରୁ ୯୦୦ ଟଙ୍କା । ଗ୍ୟାସ୍ ସିଲିଣ୍ଡର ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏପରି ଦରଦାମ ବୃଦ୍ଧି ଯୋଗୁଁ ଚା ବିକ୍ରି କରି ପରିବାର ପୋଷୁଥିବା ବ୍ୟବସାୟୀଙ୍କ ଅବସ୍ଥା ବି ଶୋଚନୀୟ ହୋଇପଡିଛି । ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଯେପର୍ଯ୍ୟନ୍ତ କାଶ୍ମୀରରେ ୩୭୦ ଧାରା ପୁନର୍ବାର ଲାଗୁ ନହୋଇଛି ସେଯାଏଁ ଭାରତର କୌଣସି ସାହାଯ୍ୟ ଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ କହିଥିଲା । 844 Share FacebookTwitterGoogle+WhatsAppTelegramEmailPrint