ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ : ଅନାବଶ୍ୟକ ଔଷଧ ବ୍ୟବହାର ନେଇ ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

150

କନକ ବ୍ୟୁରୋ : ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । କେଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କୋଭିଡ଼୍ ଟେଷ୍ଟିଂ। ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଲକ୍ଷଣ ନାହିଁ ତ ଟେଷ୍ଟିଂ ଦରକାର ନାହିଁ । ଏନେଇ ଜିଲ୍ଲାଗୁଡ଼ିକୁ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

ଆଜି ସୁଦ୍ଧା ୬୧ ହଜାର ପଜିଟିଭ୍ ଥିବା ବେଳେ ମାତ୍ର ୧୧୦୦ ଡାକ୍ତରଖାନାରେ ଅଛନ୍ତି । ୨ ପ୍ରତିଶତରୁ କମ୍ ସଂକ୍ରମିତ ହସପିଟାଲରେ ଅଛନ୍ତି। ଆଇସିୟୁରେ ପ୍ରାୟ ୩୦୦ ଲୋକ ଅଛନ୍ତି । ଗାଇଡଲାଇନ ଅନୁସାରେ ବୃଦ୍ଧ ବ୍ୟକ୍ତି ବି ଲକ୍ଷଣ କମ୍ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡିସିନ୍ ବ୍ୟବହାର କରିବାକୁ ମଧ୍ୟ ସତର୍କ କଲେ ନିରଞ୍ଜନ ମିଶ୍ର । ଭାଇରାଲ ଫ୍ଳୁ ପାଇଁ ଆଣ୍ଟିବାଓଟିକ୍ ଆବଶ୍ୟକ ନାହିଁ । ଏଣୁ ଅଯଥା ମେଡିସିନ୍ ବ୍ୟବହାର ଦରକାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ବାରମ୍ବାର କହିଥିବା କହିଲେ ନିର୍ଦ୍ଦେଶକ ।