ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡିଲେ ପିଅନ: ଦାନବାକ୍ସ ଟଙ୍କା ଗଣତି ବେଳେ ଚୋରି କରିଥିବା ନେଇ ସିସିଟିଭି ଫୁଟେଜରୁ ସ୍ପଷ୍ଟ

Advertisment
ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡିଲେ ପିଅନ: ଦାନବାକ୍ସ ଟଙ୍କା ଗଣତି ବେଳେ ଚୋରି କରିଥିବା ନେଇ ସିସିଟିଭି ଫୁଟେଜରୁ ସ୍ପଷ୍ଟ

କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡିଲେ ପିଅନ । ଶ୍ରଦ୍ଧାଳୁମାନେ ଠାକୁରଙ୍କ ଉଦ୍ଦେଶ୍ୟରେ ଦାନ କରିଥାନ୍ତି । ଆଉ ବ୍ୟାପକ ସୁରକ୍ଷା ଭିତରେ ଦାନବାକ୍ସର ଦାନ ଟଂକା ଗଣତି ହୁଏ । ଏହି ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଏହି ପିଅନ ଜଣଙ୍କ ନିୟୋଜିତ ହୋଇଥିଲେ । ପିଅନ ଜଣଙ୍କ ଦାନ ଟଂକା ଚୋରି କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ତାଙ୍କ ପାଖରୁ ୩୫ ହଜାର ଟଂକା ଜବତ ହୋଇଛି । ଦାନ ଟଂକା ଗଣତି ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ୭ ଦିନ ପାଇଁ ନିୟୋଜିତ ହୋଇଥିଲେ । କିନ୍ତୁ ଡ୍ୟୁଟିରେ ଥିବା ସମୟରେ ସେ ଚୋରି କରିଥିଲେ ନା ଡ୍ୟୁଟିରେ ନଥିବା ବେଳେ ତାହା ସ୍ପଷ୍ଟ ହୋଇପାରିନି । ତେବେ ଗଣତି ବେଳେ ସ୍ୱଚ୍ଛତା ବଜାୟ ଉପରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe