କନକ ବ୍ୟୁରୋ : ଆନ୍ଦୋଳନ ସ୍ଥଗିତ ରଖିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଗୋଟିଏ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ଘୋଷଣା କରିଛି ନିଖିଳ ଉକ୍ରଳ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଂଘ । ସଂଘ ରଖିଥିବା ୨ଟି ଦାବିକୁ ସରକାର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘର ରାଜ୍ୟ ସଭାପତି କହିଛନ୍ତି । ଆଜିଠାରୁ ପୁଣି ସମସ୍ତ ପିଇଓ କାର୍ଯ୍ୟରେ ଯୋଗଦେବେ । ଅଗଷ୍ଟ ୭ରୁ ପିଇଓ ଆନ୍ଦୋଳନ ଚାଲିଥିଲା । ତେବେ ଏହି ମାସକ ମଧ୍ୟରେ ସରକାର ଯଦି ନିଜ ପ୍ରତିଶ୍ରୁତି ପୂରଣ ନକରନ୍ତି, ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି ।