ଭିଜିଲାନ୍ସ ଜାଲରେ ପଂଚାୟତ କାର୍ଯ୍ୟନିବାର୍ହୀ ଅଧିକାରୀ : ବଲାଙ୍ଗୀର ପୁଇଁନ୍ତଳା ପଂଚାୟତ ପିଇଓଙ୍କ ଘର ସମେତ ବାସଭବନରେ ଚଢ଼ାଉ

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କରୁଛି ଭିଜିଲାନ୍ସ

230

କନକ ବ୍ୟୁରୋ : ପଂଚାୟତ କାର୍ଯ୍ୟନିବାର୍ହି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ପଂଚାୟତର ପିଇଓ ବିହାରିଲାଲ ବାରିକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।

ଏକାକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଶାନ୍ତିପଡ଼ା ଘର, ପୁଇଁନ୍ତଳା ଅଫିସରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ବିହାରିଲାଲ ବାରିକଙ୍କ ୨ ମହଲା କୋଠା, ଜମିବାଡ଼ି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ଖାନତଲାସୀ ଜାରି ରହିଛି ।