କନକ ବ୍ୟୁରୋ : ପଂଚାୟତ କାର୍ଯ୍ୟନିବାର୍ହି ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ଼ କଲା ଭିଜିଲାନ୍ସ । ବଲାଙ୍ଗୀର ପୁଇଁନ୍ତଲା ବ୍ଲକ ପଂଚାୟତର ପିଇଓ ବିହାରିଲାଲ ବାରିକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ ।
ଏକାକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ଶାନ୍ତିପଡ଼ା ଘର, ପୁଇଁନ୍ତଳା ଅଫିସରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ବଲାଙ୍ଗୀର, ସମ୍ବଲପୁର, ସୋନପୁର ଏବଂ ବରଗଡ଼ ଜିଲ୍ଲାର ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି । ବିହାରିଲାଲ ବାରିକଙ୍କ ୨ ମହଲା କୋଠା, ଜମିବାଡ଼ି, ନଗଦ ଟଙ୍କା, ସୁନା ଅଳଙ୍କାରକୁ ନେଇ ଭିଜିଲାନ୍ସର ଖାନତଲାସୀ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/15-24.jpg)