ଆଉ ଦେବାକୁ ପଡିବନି ପରୀକ୍ଷା: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା; କରୋନା ମହାମାରୀ ଦୃଷ୍ଟିରୁ ୪ଟି ଷ୍ଟ୍ରିମର ବଳକା ଥିବା ୨୩ଟି ପରୀକ୍ଷାକୁ ବାତିଲ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତି

2,019

କନକ ବ୍ୟୁରୋ: ଆଉ ଦେବାକୁ ପଡିବନି ପରୀକ୍ଷା । ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା । ତାଲାବନ୍ଦ କଟକଣା ପାଇଁ ୪ଟି ଷ୍ଟ୍ରିମର ୨୩ଟି ବଳକା ପରୀକ୍ଷାକୁ ବାଲିତ କରିବାକୁ ନିଷ୍ପତି । ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସିବିଏସଇ ଓ ଆଇସିଏସଇ ପରୀକ୍ଷା ବାତିଲ ହୋଇଛି । ତେବେ କରୋନା ମହାମାରୀକୁ ନଜରରେ ଯୁକ୍ତ ଦୁଇର ବଳକା ଥିବା ପରୀକ୍ଷାକୁ ବାତିଲ କରିବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନିଷ୍ପତିକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେଣୁ ରାଜ୍ୟରେ କରୋନା ମହାମାରୀର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ମଧ୍ୟ ଅବଶିଷ୍ଟ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।

ବାକି ଥିବା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ଆଉ ଦେବେନି ପରିକ୍ଷାର୍ଥୀ । ଲକଡାଉନ କାରଣରୁ ଯୁକ୍ତ ଦୁଇର ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ବାକି ଥିଲା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ବାକି ଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି । ଯେହେତୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂଆ ଗାଇଡ ଲାଇନ ଆସିବା ପରେ ସିବିଏସଇ ଓ ଆଇସିଏସଇ ବୋର୍ଡ କରୋନା ପାଇଁ ଦଶମ ଓ ଏକାଦଶ ପରୀକ୍ଷାକୁ ବାତିଲ କରିଛି । ରାଜ୍ୟ ମଧ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ଅନୁସରଣ କରିଛି । କରୋନା ସଂକ୍ରମଣ ରାଜ୍ୟରେ ବଢୁଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ନିଷ୍ପତି ନେଇଛି ।