ଆଧାର ସହିତ ପାନ୍ ଲିଙ୍କ୍ ନକରିବା ମହଙ୍ଗା ପଡ଼ିପାରେ। ଯେଉଁ ଟିକସଦାତାମାନେ ଚଳିତ ମାସ ୩୧ ସୁଦ୍ଧା ସେମାନଙ୍କ ପାନ୍ ସହିତ ଆଧାରଙ୍କୁ ଲିଙ୍କ୍ କରିନଥିବେ ସେମାନଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ନୂତନ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି। ଶେଷ ଥର ପାଇଁ ଏହି ସମୟ ସୀମାକୁ ୨୦୧୯ ଡିସେମ୍ବରୁ ୨୦୨୦ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଥିଲା। ଧାର୍ଯ୍ୟ ସମୟ ସୀମା ଭିତରେ ଯେଉଁମାନେ ପାନ୍ ସହିତ ଆଧାର ଲିଙ୍କ୍ ନକରିବେ ସେମାନଙ୍କ ପାନ୍କୁ ‘ନିସ୍କ୍ରିୟ’ ଘୋଷଣା କରାଯିବ ବୋଲି ଆୟକର ବିଭାଗ କହିଥିଲା। ଏବେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ୍ ନକରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ।
ଆଧାର୍ -ପାନ୍ ସଂଯୋଗ ନ କଲେ ଗଣିବେ ୧୦ ହଜାର : ଜରିମାନା ଲଗାଇବେ ଆୟକର ବିଭାଗ ।
Advertisment
Follow Us