କନକ ବ୍ୟୁରୋ: ମାସ୍କ ନପିନ୍ଧିଲେ ୨ ହଜାର ଫାଇନ୍ । ମୁହଁରେ ମାସ୍କ ନଥିଲେ ଦେବାକୁ ପଡିବ ଜରିମାନା । ମୁହଁରୁ ମାସ୍କ ଟିକେ ଖସିଲେ କିମ୍ବା ଆଦୌ ନଥିଲେ ତଣ୍ଡ ଗଣିବେ ଲୋକେ । ମାସ୍କ ପରିଧାନ ନେଇ କଟକଣା କଡା କଲେ ରାଜ୍ୟ ସରକାର । ଏଣିକି ବିନା ମାସ୍କରେ ବାହାରକୁ ବାହାରିଲେ ଦେବାକୁ ପଡିବ ୨୦୦୦ ଟଙ୍କା ଫାଇନ୍ ।

Advertisment

ତେବେ ଏହି ନିୟମ ବର୍ତ୍ତମାନ ଠାରୁ ଲାଗୁ କଲେ ସରକାର । ପୂର୍ବ ନିୟମ ବଦଳାଇଲା ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ୧୦୦୦ ଟଙ୍କା ଥିବା ବେଳେ ଏବେ ଏହାକୁ ୨ଗୁଣା କରାଯାଇଛି । ତେବେ ପ୍ରଥମ ଓ ୨ୟ ଥର ନିୟମ ଉଲ୍ଲଙ୍ଘନ କଲେ ୨୦୦୦ ଟଙ୍କା ଅର୍ଥାତ ଥରେ କିମ୍ବା ୨ଥର ଧରାପଡିଲେ ଦେବାକୁ ପଡିବ ୨ ହଜାର ଟଙ୍କା । ସେହିପରି ୩ୟ ଥର ଧରାପଡିଲେ ୫୦୦୦ ଗଣିବେ ତଣ୍ଡ । ଲୋକେ ମାସ୍କ ପିନ୍ଧୁ ନଥିବାରୁ କଡା ନିୟମ କଲେ ରାଜ୍ୟ ସରକାର ।

ତେବେ ଆଜି ମାସ୍କ ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମାହାମାରୀ ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ବୋଲି ନବୀନ ମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ମାସ୍କ ହିଁ ଏବେ ଏକମାତ୍ର ସୁରକ୍ଷା କବଚ । ଯେଉଁମାନେ ଟୀକା ନେଇ ନାହାନ୍ତି କିମ୍ବା ନେଇଛନ୍ତି ସେମାନେ ମାସ୍କ ପିନ୍ଧୁନ୍ତୁ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ । ଆଜି ଠାରୁ ୧୪ ଦିନ ମାସ୍କ ଅଭିଯାନ ଆରମ୍ଭ କରିବା । ସଙ୍କଳ୍ପ ନେବା, ମାସ୍କ ପିନ୍ଧିବା, ବେକରେ ମାସ୍କକୁ କେବେ ବି ଝୁଲାଇବା ନାହିଁ । ମାସ୍କକୁ ସାଥୀ କରିବା, ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ । ମାସ୍କ ନପିନ୍ଧି ବାହାରୁକୁ ଆସୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ହେବ । ଜରିମାନା ଆଦାୟ ପାଇଁ ପୋଲିସ, ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମାସ୍କ ନପିନ୍ଧିଲେ ୨ ଗୁଣା ଜରିମାନା ଲାଗିବ ବୋଲି ଅମାନିଆଙ୍କୁ ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ