‘ନଚ୍ ବଲିୟେ’ ଯୋଡି କରିଶ୍ମା ତନ୍ନା ଏବଂ ଉପେଲ୍ ପଟେଲ ନିଜ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚିତ । ବ୍ରେକ ଅପ ପରେ ପୁଣି ଉଭୟ ଏକାଠି ହେବାର ଖବର ମଧ୍ୟ ନିକଟରେ ଆସିଥିଲା । କାରଣ ଏମାନଙ୍କୁ ଏକାଠି ଲଂଚ୍ ଡେଟରେ ଦେଖିବାକୁ ମିଳିଥିଲା ।
କିନ୍ତୁ ଏବେ ଉପେନ୍ ଯେଉଁ ଟୁଇଟ୍ କରିଛନ୍ତି ତାକୁ ଦେଖିଲେ ଉଭୟଙ୍କ ସଂପର୍କ ପଛର ସତ ଜଣା ପଡିଛି । ଟୁଇଟରରେ ସେ ଏକ ଫଟୋ ଶେୟାର୍ କରିଛନ୍ତି ଯେଉଁଥିରେ ଲେଖା ଯାଇଛି ‘ ଦୁନିଆରେ ସବୁଠାରୁ ଖରାପ ଅନୁଭବ ସେତେବେଳେ ହୋଇଥାଏ ଯେବେ ଆପଣ ଜାଣନ୍ତି କେହି ଆପଣଙ୍କୁ ବ୍ୟବହାର କରିଛି ଏବଂ ମିଛ କହିଛି’ । ଏହା ସହ ସେ ପୂର୍ବତନ ପ୍ରେମିକା କରିଶ୍ମାଙ୍କୁ ଏଥିରେ ଟ୍ୟାଗ୍ କରି ଧନ୍ୟବାଦ ମଧ୍ୟ କହିଛନ୍ତି ।
ତେବେ ଟୁଇଟ କରିବାର କିଛି ସମୟ ମଧ୍ୟରେ ଉପେନ୍ ସେ ଏହାକୁ ଡିଲିଟ୍ କରିଦେଇଥିଲେ । ତଥାପି ଏହାପରେ ସେ ଏଭଳି ଅନେକ ଟୁଇଟ୍ କରିଛନ୍ତି ଯାହା ଉଭୟଙ୍କ ସଂପର୍କରେ ଥିବା ତିକ୍ତତାକୁ ଦର୍ଶାଉଛି । ଉପେନ୍ ଏବଂ କରିଶ୍ମାଙ୍କ ପ୍ରେମ କହାଣୀ ବିଗ୍ ବସରୁ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/upen-patel-karishma-tanna_1489998029-1.jpeg)