ପେଗାସସ୍ ସ୍ପାଏୱେର ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା : ଇସ୍ରାଏଲର ଏନଏସଓ କଂପାନୀକୁ କଳା ତାଲିକାଭୁକ୍ତ କଲା ବାଇଡେନ ପ୍ରଶାସନ

କହିଲା, ଜାତୀୟ ସୁରକ୍ଷା ପ୍ରତି ବିପଦ; ଏପଟେ ଭାରତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଛି ଯାଂଚ

107

କନକ ବ୍ୟୁରୋ: ଗୁଇନ୍ଦା ସଫ୍ଟୱେୟାର ପେଗାସସ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ବାଇଡେନ ସରକାର ପେଗାସସ୍ ସଫ୍ଟୱେୟାର ଯୋଗାଉଥିବା ଇସ୍ରାଏଲର ଏନଏସଓ କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି । ବାଇଡେନ ପ୍ରଶାସନ କହିଛି, ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବାରୁ ଏଭଳି ପଦକ୍ଷେପନିଆଯାଇଛି । କାରଣ ପେଗାସସ ସଫ୍ଟୱେୟାର ଯୋଗାଉଥିବା ଏନଏସଓ କଂପାନୀ ଇସ୍ରାଏଲ ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଚର୍ଚ୍ଚା ହେଉଛି ।

ବଡ କଥା ହେଲା ଭାରତରେ ମଧ୍ୟ ପେଗାସସ ବ୍ୟବହାର କରି କେନ୍ଦ୍ର ସରକାର ଅନେକ ସାମ୍ବାଦିକ, ବିଚାରପତି, ବ୍ୟବସାୟୀ, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କୁ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗ ରହିଛି । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ପରେ ଏକ କମିଟି ମଧ୍ୟ ଗଠନ ହୋଇଛି । ଇସ୍ରାଏଲର ଏହି ଏନଏସଓ କମ୍ପାନୀକୁ ବ୍ୟବହାର କରି ଅନେକ ଦେଶର ସରକାର ଦେଶର ବହୁ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ରହିଛି । ହେଲେ ଏନଏସଏ ଏପରି ଅଭିଯୋଗକୁ ଖାରଜ କରି ଆସୁଛି ।