କନକ ବ୍ୟୁରୋ : ପେଗାସସ ସ୍ପାଏୱେୟର ମାମଲାର ତଦନ୍ତ ହେବ । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ସୁପ୍ରିମକୋର୍ଟ ଆଜି ଏପରି କହିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବେ ନାହିଁ ବୋଲି କହିଥିଲେ । ଏହାପରେ ସୁପ୍ରିମକୋର୍ଟ ବିଶେଷଜ୍ଞ କମିଟି ନେଇ ନେଇ ଚୂଡାନ୍ତ ନିଷ୍ପତିି ନେଇଛନ୍ତି । ଆସନ୍ତା ସପ୍ତାହରେ ବିଶେଷଜ୍ଞ କମିଟି ଆଦେଶ ଦେବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା କହିଛନ୍ତି ।
ଚଳିତ ସପ୍ତାହରେ ଆଦେଶ ଦେବେ ବୋଲି ସୁପ୍ରିମକୋର୍ଟ ଚିନ୍ତା କରିଥିଲେ ହେଲେ କମିଟି ରହିବାକୁ ଥିବା ସଦସ୍ୟଙ୍କ ସହ ଯୋଗାଯୋଗରେ ବିଳମ୍ବ ହେଉଥିବାରୁ ଆସନ୍ତା ସପ୍ତାହରେ ଆଦେଶ ଦେବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି । କେନ୍ଦ୍ର ପୂର୍ବରୁ ସୁପ୍ରିମକୋର୍ଟରେ କହିଥିଲା ସତ୍ୟପାଠ ଦାଖଲ କଲେ କେଉଁ ସଫ୍ଟୱୟାର ଜରିଆରେ ତଥ୍ୟ ସଂଗ୍ରହ କରାଯାଉଛି ଜଣାପଡିବା ଯାହାକି ଜାତୀୟ ସୁରକ୍ଷା ପ୍ରତି ବିପଦ ରହିବ । ଆତଙ୍କବାଦୀ ଏ ବାବଦରେ ଅଧିକ ସୂଚନା ପାଇଯିବେ ।
ତେବେ ସୁପ୍ରିମକୋର୍ଟ ସତ୍ୟପାଠ ଦାଖଲ କରିବାକୁ କହିବା ପରେ କେନ୍ଦ୍ର ସରକାର ତିନି ସପ୍ତାହ ସମୟ ନେଇଥିଲେ । ଶେଷରେ କେନ୍ଦ୍ର ସତ୍ୟପାଠ ଦାଖଲ ନକରିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପେଗାସସ ସ୍ୱାଏୱୟର ଜରିଆରେ କେନ୍ଦ୍ର ସରକାର ବିଚାରପତି, ବ୍ୟବସାୟୀ, ରାଜନେତା ଏବଂ ସାମ୍ବାଦିକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ରହିଛି ।