ପେଗାସସ୍ ସ୍ପାଏୱେରକୁ ନେଇ ସଂସଦରେ ଝଡ଼ : ଅଷ୍ଟମ ଦିନରେ ଅଚଳାଅବସ୍ଥା ଜାରି, କାଗଜ ଫିଙ୍ଗିବାକୁ ନେଇ ଦୁଃଖ ପ୍ରକାଶ କଲେ ବାଚସ୍ପତି
କନକ ବ୍ୟୁରୋ : ପେଗାସସ୍ ସ୍ପାଏୱେରକୁ ନେଇ ସଂସଦରେ ଝଡ଼ । ମୌସୁମୀ ଅଧିବେସନର ଅଷ୍ଟମ ଦିନରେ ମଧ୍ୟ ମୋବାଇଲରେ ଗୁଇନ୍ଦାଗିରିକୁ ନେଇ ହଙ୍ଗାମା ଜାରି ରହିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ବେଳେ ବିରୋଧୀ ସଦସ୍ୟ ମାନେ ପେଗାସସ ମାମଲାରେ ସ୍ୱତନ୍ତ୍ର ଆଲୋଚନା ଦାବି କରି ହଟଗୋଳ କରିଥିଲେ । ଉଭୟ ଲୋକସଭା ରାଜ୍ୟସଭାକୁ ମୁଲତବୀ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ରାଜ୍ୟସଭାକୁ ସାଢେ ୧୧ଟା ପର୍ଯ୍ୟନ୍ତ ଏବଂ ଲୋକସଭାକୁ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଥିଲା । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କ ସମ୍ବୋଧନ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ହଙ୍ଗାମାକୁ ନେଇ ଲୋକସଭା ବାଚସ୍ପତି ସଂସଦର ଗାରିମା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଏଭଳି ଘଟଣା ଦୋହରାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବାଚସ୍ପତି । ସେହିପରି କାଗଜ ଫିଙ୍ଗିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବାଚସ୍ପତି । ସେପଟେ ବିରୋଧୀ କହିଲେ ଆମକୁ କହିବାକୁ ଦିଆଯାଉନି ସୁଯୋଗ ।