ପେଗାସସ୍ ମାମଲା : ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କହିଲେ, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର; ତଦନ୍ତ ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ ଦେଲେ ନିର୍ଦ୍ଦେଶ

157

କନକ ବ୍ୟୁରୋ : ପେଗାସସ୍ ମାମଲାର ହେବ ଯାଞ୍ଚ । ଏକ ଏକ୍ସପର୍ଟ କମିଟି ମାମଲାର ଯାଞ୍ଚ କରିବ । ସୁପ୍ରିମକୋର୍ଟ ଆଜି ଏପରି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆରବି. ରବିନ୍ଦ୍ରନ୍ । ଆଲୋକ ଯୋଶୀ ଓ ସନ୍ଦୀପ ଅବରାୟ ସଦସ୍ୟ ରହିବେ । ୮ ସପ୍ତାହ ମଧ୍ୟରେ ଏହି କମିଟି ରିପୋର୍ଟ ଦେବ । ଏହି ଏକ୍ସପର୍ଟ କମିଟିରେ ସାଇବର, ଫରେନ୍ସିକ୍ ଏକ୍ସପର୍ଟ ଓ ଆଇଟି ବିଶେଷଜ୍ଞ ରହିବେ ।

ପେଗାସସ୍ ମାମଲାରେ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ବ୍ୟକ୍ତିଗତ ଗୋପନୀୟତାରେ ହସ୍ତକ୍ଷେପ କରିପାରିବେନି ସରକାର । ଗତ ସେପ୍ଟେମ୍ବର ୧୩ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । କେନ୍ଦ୍ର ପକ୍ଷରୁ କୁହାଯାଇଥିଲା, ଏହା ସାର୍ବଜନୀନ ଚର୍ଚ୍ଚାର ବିଷୟ ନୁହଁ । ପେଗାସସ୍ ଗୁଇନ୍ଦାଗିରି ମାମଲାରେ ନିରପେକ୍ଷ ଯାଂଚ ପାଇଁ ୧୫ଟି ଆବେଦନ ହୋଇଥିଲା ।